Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ମହାନଦୀ କୂଳରେ ଆଡିବନ୍ଧ ର ବିଶେଷ ସୁବିଧା ନଥିବାରୁ ବର୍ଷା ଓ ବନ୍ୟା ଭୟରେ ନଦୀ କୂଳିଆ ଗାଁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ବହୁ ଗ୍ରାମ ଦେଇ ପ୍ରବାହିତ ହେଉଛି ଚିରସ୍ରୋତା ମହାନଦୀ । ବର୍ଷା ଦିନରେ ବର୍ଷା ଆସିଲେ ବନ୍ୟା ଭୟରେ ନିଦ ହଜିଯାଏ ୩୦ ରୁ ଅଧିକ ଖଣ୍ଡ ଗ୍ରାମବାସୀଙ୍କର। ବିଗତ ଦିନ ମାନଙ୍କରେ ହୋଇଥିବା ବନ୍ୟାର କରାଳ ରୂପ ଲୋକଙ୍କ ଆଖିରୁ ଏବେ ବି ଲିଭି ନାହିଁ।‌ ମହାନଦୀ କୂଳରେ ଥିବା ବୀରମହାରାଜପୁର ଉପଖଣ୍ଡ ର ଭଜଲପୁର, ଝରାପଡା, ଆପଡନୂଆଁଗଡ, ଖମ୍ବେଶ୍ୱରୀ ପାଲି, ନୂଆ ପାଲି, ଦେଉଲି ,ବୁରୋଘାଟ, ନୂଆଁଗଡ, କୁମୁରସିଙ୍ଗା, ନୂଆଗଡ, ଆମ୍ବସରଭଟା, ଫୁଲଚରା, ଜଟେସିଂହା, କେଉଟିପାଲି, କେଲଗାଁ, ଟେଭାପଦର, ଗୋଧନେଶ୍ଵର, କୁଞ୍ଜାମହୁଲ ପ୍ରଭୁତି ଗାଁ ରହିଛି। ଏହି ଗାଁ ଗୁଡିକ ବନ୍ୟା ରେ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ। ଏହି ଗାଁ ଗୁଡିକୁ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ଆଡ଼ିବନ୍ଧ କେତେକ ସ୍ଥାନରେ ନିର୍ମାଣ କରାଯାଇଥିଲେ ବି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ। ବିଭିନ୍ନ ସମୟରେ ବନ୍ୟା ଯୋଗୁଁ ଜନଜୀବନ ନଷ୍ଟ ହେବା ସହିତ କୃଷି କ୍ଷେତ୍ର ମଧ୍ୟ ପ୍ରଭାବିତ ହେଉଛି। ଆଡ଼ିବନ୍ଧ ନିର୍ମାଣ ରେ ବ୍ୟାପକ ଅନିୟମିତତା ଯୋଗୁଁ ଲକ୍ଷାଧିକ ଟଙ୍କା ପାଣିରେ ପଡୁଛି। ଆବଶ୍ୟକ ତଦାରଖ ର ଅଭାବ ଏବଂ ଠିକାଦାର ପୋଷା ନୀତି ଯୋଗୁଁ ଆଡ଼ିବନ୍ଧ ପାଇଁ ଆସୁଥିବା ଅନୁଦାନ ସଦ ବିନିଯୋଗ ହେଉନଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି । ମହା ନଦୀ କୂଳିଆ ଗାଁ ଗୁଡିକ ର ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଜରୁରୀ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।