Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ହେରାପଞ୍ଚମୀ: ଅଭିମାନିନୀ ମା’ ଲକ୍ଷ୍ମୀ ଭାଙ୍ଗିବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ

ପୁରୀ: ଆଜି ପାଳିତ ହେବ ପୁରୀ ରଥଯାତ୍ରାର ଅନ୍ୟତମ ପ୍ରମୁଖ ନୀତି “ହେରାପଞ୍ଚମୀ” ପର୍ବ | ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିରର ଆଡ଼ପମଣ୍ଡପରେ ବିରାଜମାନ ଥିବାବେଳେ, ଶ୍ରୀମନ୍ଦିରରେ ଅବସ୍ଥାନ ମା’ ମହାଲକ୍ଷ୍ମୀ ଅଭିମାନରେ ସନ୍ଧ୍ୟାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଲୀଳା ପରମ୍ପରା ଅନୁଯାୟୀ ନନ୍ଦିଘୋଷ ରଥର ଏକ ଅଂଶ ଭାଙ୍ଗି ଶ୍ରୀମନ୍ଦିରକୁ ବାହୁଡ଼ି ଆସିବେ।

ପୁରାଣ ଅନୁସାରେ, ରୁକ୍ମିଣୀ ହରଣ ଏକାଦଶୀରେ ଶ୍ରୀଜଗନ୍ନାଥ ଓ ମା’ ମହାଲକ୍ଷ୍ମୀଙ୍କ ବିବାହ ସମ୍ପନ୍ନ ହୋଇଥିଲା। ପରେ ସ୍ନାନଯାତ୍ରା ଓ ଅଣସର ନୀତି ସରିବା ପରେ ମହାପ୍ରଭୁ ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିଲେ। କିନ୍ତୁ ନବବିବାହିତା ମା’ ମହାଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ନଥିବାରୁ ସେ ଅଭିମାନ କରିଥିବା ବିଶ୍ୱାସ ରହିଛି। ଏହି ଦୈବୀ ଲୀଳାର ସ୍ମୃତିରେ ପ୍ରତିବର୍ଷ ହେରାପଞ୍ଚମୀ ନୀତି ପାଳନ କରାଯାଏ।

ସନ୍ଧ୍ୟା ଆଳତି ପରେ ମା’ ମହାଲକ୍ଷ୍ମୀ ସ୍ୱତନ୍ତ୍ର ବିମାନରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ନନ୍ଦିଘୋଷ ରଥ ନିକଟରେ ବନ୍ଦାପନା ନୀତି ସମ୍ପନ୍ନ ହେବା ପରେ ଠାକୁରାଣୀ ଅଭିମାନର ପ୍ରତୀକ ସ୍ୱରୂପ ରଥର ଏକ ଅଂଶ ଭାଙ୍ଗିବେ। ପରେ ମହାପ୍ରଭୁଙ୍କ ଦର୍ଶନ ସାରି ନାକଚଣା ଦ୍ୱାର ଦେଇ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏହି ଅବସରରେ ହଜାର ହଜାର ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଟ୍ୱେନେଉ ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ସହ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories