Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡେଙ୍ଗୁରି ମିଳିବ ମୁକ୍ତି! ଭାରତରେ ପ୍ରଥମ ଡେଙ୍ଗୁ ଟିକା ‘QDENGA’କୁ DCGIର ମଞ୍ଜୁରୀ

ନୂଆଦିଲ୍ଲୀ : ପ୍ରତିବର୍ଷ ଡେଙ୍ଗୁରେ ହଜାର ହଜାର ଲୋକ ପିଡୀତ ହୋଇ ମୃତ୍ୟୁ ବରଣ କରୁଛନ୍ତି | ପ୍ରାୟ ବର୍ଷା ଋତୁ ପରେ ଦେଶର ବିଭନ୍ନ ଅଞ୍ଚଳରେ ଡେଙ୍ଗୁ ବ୍ୟାପିଥାଏ | ଏବେ କିନ୍ତୁ ଡେ଼ଙ୍ଗୁରୁ ମିଳିବ ମୁକ୍ତି | ମଶାଜନିତ ମାରାତ୍ମକ ଡେଙ୍ଗୁ ରୋଗ ମୁକାବିଲାରେ ଭାରତକୁ ମିଳିଛି ଏକ ବଡ଼ ସଫଳତା। ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (DCGI) ଦେଶରେ ପ୍ରଥମ ଡେଙ୍ଗୁ ବିରୋଧୀ ଟିକା ‘QDENGA’ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଜାପାନର ବାୟୋଫାର୍ମାସ୍ୟୁଟିକାଲ୍ କମ୍ପାନି ଟାକେଡା ଦ୍ୱାରା ବିକଶିତ ଏହି ଟିକା ଡେଙ୍ଗୁ ଭାଇରସର ଚାରିଟି ସେରୋଟାଇପ୍‌ (DEN-1, DEN-2, DEN-3 ଏବଂ DEN-4) ବିରୋଧରେ ସୁରକ୍ଷା ପ୍ରଦାନ କରିଥାଏ। କମ୍ପାନି ଅନୁସାରେ, ଏହି ଟିକା ଗୁରୁତର ଡେଙ୍ଗୁ ସଂକ୍ରମଣ ଏବଂ ହସ୍ପିଟାଲରେ ଭର୍ତ୍ତି ହେବାର ସମସ୍ୟାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ କମାଇବାରେ ସହାୟକ ହେବ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଡେଙ୍ଗୁ ପ୍ରବଣ ଅଞ୍ଚଳରେ ଏହି ଟିକା ବ୍ୟବହାର କରିବାକୁ ସୁପାରିଶ କରିଛି।

ଭାରତରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେଉଥିବା ବେଳେ ବିଶ୍ୱର ମୋଟ ଡେଙ୍ଗୁ ମାମଲାର ଏକ ବଡ଼ ଅଂଶ ଦେଶରୁ ଚିହ୍ନଟ ହୋଇଥାଏ । ଦ୍ରୁତ ସହରୀକରଣ, ଜଳବାୟୁ ପରିବର୍ତ୍ତନ ଏବଂ ମଶା ବଂଶବୃଦ୍ଧି ପାଇଁ ଅନୁକୂଳ ପରିସ୍ଥିତି ଯୋଗୁ ଡେଙ୍ଗୁ ସଂକ୍ରମଣ ବଢ଼ୁଛି। ଏଭଳି ସ୍ଥିତିରେ ଦେଶରେ ପ୍ରଥମ ଡେଙ୍ଗୁ ଟିକାର ଅନୁମୋଦନ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନେ କରାଯାଉଛି।

DCGIର ଅନୁମୋଦନ ଅନୁଯାୟୀ, ୪ରୁ ୬୦ ବର୍ଷ ବୟସର ବ୍ୟକ୍ତିମାନଙ୍କୁ ଏହି ଟିକା ଦିଆଯାଇପାରିବ। ପୂର୍ବରୁ ଡେଙ୍ଗୁ ହୋଇଥାଉ କିମ୍ବା ନ ହୋଇଥାଉ, ଟିକା ନେବା ପୂର୍ବରୁ କୌଣସି ରକ୍ତ ପରୀକ୍ଷାର ଆବଶ୍ୟକତା ନାହିଁ। ଏହାକୁ ଚର୍ମ ତଳେ ୦.୫ ମିଲିଲିଟରର ଦୁଇଟି ଡୋଜ୍ ଆକାରରେ ଦିଆଯିବ ଏବଂ ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ମଧ୍ୟରେ ଅତି କମରେ ତିନି ମାସର ବ୍ୟବଧାନ ରଖିବାକୁ ପଡ଼ିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories