Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଧାନମନ୍ତ୍ରୀଙ୍କ କରକମଳରେ ରାମଲାଲା ପ୍ରତିମା ପ୍ରତିଷ୍ଠା ଯୋଜନା

ଅଯୋଧ୍ୟା: ଏଠାରରେ ନିର୍ମାଣ ହେଉଥିବା ଶ୍ରୀରାମ ମନ୍ଦିରରେ ରାମଲାଲାଙ୍କ ପ୍ରତିମା ଆସନ୍ତା ଡିସେମ୍ବର କିମ୍ବା ଜାନୁଆରୀ ମାସରେ ସ୍ଥାପନ କରାଯିବ ବୋଲି ସ୍ଥିର କରାଯାଉଛି। ଶ୍ରୀରାମଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ରାମଲାଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଇବାକୁ ନିଷ୍ପତ୍ତି ନେଇ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ସମୟ ମାଗିଥିବା ଜାଣିବାକୁ ମିଳିଛି। ୭ ଦିନ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିବ ବୋଲି ଟ୍ରଷ୍ଟ୍ ସୂଚନା ଦେଇଛି।
ଏବେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ନିର୍ଦ୍ଧିଷ୍ଟ ତାରିଖ ସ୍ଥିର ହୋଇନାହିଁ । ତେବେ ରାମନ୍ଦିରର ଗ୍ରାଉଣ୍ଡ ଫ୍ଲୋର ଏବଂ ଗର୍ଭଗୃହର କାମ ୧୫ ଡିସେମ୍ବର ପୂର୍ବରୁ ପୂରା ହୋଇଯିବ । ବର୍ତ୍ତମାନକୁ ୮୫ ଭାଗ କାମ ଶେଷ ହୋଇଛି। ଏହା ପରେ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ପ୍ରଧାନମନ୍ତ୍ରୀଙ୍କ ସମୟ ଦେବାକୁ ନେଇ ଡିସେମ୍ବରରୁ ୨୦୨୪ ଜାନୁଆରୀ ୨୬ ଭିତରେ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ କରାଯିବ ବୋଲି ମନ୍ଦିର ସମିତି ପକ୍ଷରୁ କୁହାଯାଇଛି । ଏହା ହେଲେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ସ୍ୱପ୍ନ ଥିଲା ତାହା ପୂରଣ ହେବା ସହ ୨୦୨୪ ରେ ଭାରତ ପାଇଁ ଏକ ନୂଆଁ ଗର୍ବ ଯୋଡିହେବ।