Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମେନ୍ଦ୍ର ପ୍ରଧାନଙ୍କୁ ମହୁଆ ମୈତ୍ରଙ୍କ କଟାକ୍ଷ; କହିଲେ– ‘ବୋଧହୁଏ ଇସ୍ତଫା ପତ୍ର ଲେଖିବା ଜାଣନ୍ତି ନାହିଁ’

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଚାଲିଥିବା ଆନ୍ଦୋଳନ ସମୟରେ ତୃଣମୂଳ କଂଗ୍ରେସ (TMC) ସାଂସଦ ମହୁଆ ମୈତ୍ର ତୀବ୍ର କଟାକ୍ଷ କରିଛନ୍ତି। ସେ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି କହିଛନ୍ତିଯେ, “ହୁଏତ ଶିକ୍ଷାମନ୍ତ୍ରୀ ଇସ୍ତଫା ପତ୍ର ଲେଖିବା ଜାଣନ୍ତି ନାହିଁ। ଆରଏସଏସ୍ କେବଳ କ୍ଷମା ପ୍ରାର୍ଥନା ପତ୍ର ଲେଖିବା ଶିଖାଏ।” ତାଙ୍କ ଏହି ମନ୍ତବ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ନିଟ୍ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ କକରୋଚ୍ ଜନତା ପାର୍ଟି (CJP) ପକ୍ଷରୁ ଦିଲ୍ଲୀରେ ଲଗାତାର ପ୍ରତିବାଦ ଜାରି ରହିଛି। ଏହି ଆନ୍ଦୋଳନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରାଯାଉଛି। ବିରୋଧୀ ଦଳମାନେ ମଧ୍ୟ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଚେଷ୍ଟା କରୁଛନ୍ତି। ଗତକାଲି କକ୍ରୋଚ ଜନତା ପାର୍ଟି ପକ୍ଷରୁ CJP ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରଙ୍କା ଜେପି ନଡ୍ଡାଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା ମଧ୍ୟ କରିଥିଲେ | କିନ୍ତୁ ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ