Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଠା ଜଳସେଚନ ପାଇଁ ଦାବିପତ୍ର ପ୍ରଦାନ

ଖଡ଼ିଆଳ : ନୂଆପଡା ଜିଲାର ପ୍ରମୂଖ ଜଳସେଚନ ପ୍ରକଳ୍ପ ହେଉଛି ତିଖାଲି ଡ୍ୟାମ। ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନମହେଶ୍ବର ପଞ୍ଚାୟତର ତିଖାଲି ଗ୍ରାମ ଅନୁସାରେ ଏହାର ନାମକରଣ ହୋଇଛି। ଏହି ଡ୍ୟାମ ତିଆରି ପାଇଁ ଅଦ୍ୟାବଧି ଏକୋଇଶ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୁଣି ୩ ଶହ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।ଗତବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିଥିଲେ। ଏହି ପ୍ରକଳ୍ପରୁ ନୂଆପଡା ଜିଲା ଖଡ଼ିଆଳ ଓ ବୋଡେ଼ନ ବ୍ଲକର ତେର ହଜାର ପାଞ୍ଚ ଶହ ହେକ୍ଟର ଜମି ଓ ବଲାଙ୍ଗୀର ଜିଲାର ୧୬ ହଜାର ଚାରିଶହ ହେକ୍ଟର ଜମି ଜଳସେଚିତ ହେଉଅଛି। ୨ହଜାର ମସିହାରେ ଏହି ଡ୍ୟାମ ନିର୍ମାଣ ଆରମ୍ଭ ହୋଇଥିଲା ଓ ଦୁଇ ହଜାର ଅଠର ମସିହାରେ କାର୍ଯ୍ୟକ୍ଷମ ହୋଇ ପାରିଥିଲା। କିନ୍ତୁ ବିଡମ୍ବନାର ବିଷୟ ହେଲା ସାନମହେଶ୍ବର ପଞ୍ଚାୟତରେ ଏହି ଡ୍ୟାମ ହୋଇଥିଲେ ମଧ୍ୟ ଏହି ଗ୍ରାମର ଅଧିକାଂଶ ଜମିକୁ ଡ୍ୟାମ ପାଣି ମିଳୁନି। ସେହିପରି ନିକଟସ୍ଥ ବରଗାଁ ପଞ୍ଚାୟତର ଅନେକ ଗ୍ରାମ ଜଳସେଚନ ସୁବିଧା ପାଉନାହିଁ। ଏହି ଦୁଇ ପଞ୍ଚାୟତ ବାସୀ ଦୀର୍ଘଦିନରୁ ଉଠା ଜଳସେଚନ ବ୍ୟବସ୍ଥା କରି ତିଖାଲିରୁ ଜଳସେଚନ ବ୍ୟବସ୍ଥା କରିବାକୁ ଦାବି କରୁଛନ୍ତି। ଏନେଇ ଆଜି ଖଡ଼ିଆଳ ବ୍ଳକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ବରଗାଁ ସରପଞ୍ଚ ଗୋବିନ୍ଦ ଵିହାରୀ ବାରିକ, ସାନମହେଶ୍ବର ସରପଞ୍ଚ ଆହ୍ଲାଦିନୀ ବେହେରା, ଶିକ୍ଷାବିତ ଗୌତମ ମୁଣ୍ଡ, ପୂର୍ବତନ ସରପଞ୍ଚ ବିଦୁର ଶବର, ଜଗତରାମ ଶବର, କ୍ଷୀରୋଦ ବେହେରା, ପୁସ୍ତମ ତାଣ୍ଡି ସମେତ ଅନ୍ୟାନ୍ୟ ଚାଷୀ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଖଡ଼ିଆଳ କାର୍ଯ୍ୟାଳୟ ଆସି ଅଧିକ୍ଷଣ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକଙ୍କୁ ଏକ ଦାବିପତ୍ର ଦେଇଛନ୍ତି ଓ ଶୀଘ୍ର ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି। ନହେଲେ ଆନ୍ଦୋଳନର ଚେତାବନୀ ଦିଆଯାଇଛି। ଏହି ବିଷୟରେ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀଯୁକ୍ତ ନାଏକଙ୍କୁ ପଚାରିବାରୁ ଏହି ପ୍ରସ୍ତାବ ଉପରିସ୍ଥ ଅଧିକାରୀଙ୍କୁ ପଠାଯାଇଛି ଓ ପାଶ ହୋଇ ଆସିଲେ କାର୍ଯ୍ୟକାରୀ ହେବ ବୋଲି କହିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ