ଓଡ଼ିଶାର ପରବର୍ତ୍ତୀ ଡିଜିପି ଦୌଡ଼ରେ ସୁଧାଂଶୁ ଷଡ଼ଙ୍ଗୀ ଆଗରେ!
ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (DGP) ଚୟନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ବରିଷ୍ଠ IPS ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ ଏହି ଦୌଡ଼ରେ ଆଗରେ ଥିବା ସୂଚନା ମିଳିଛି। ୧୯୯୦ ବ୍ୟାଚ୍ର ଓଡ଼ିଶା କ୍ୟାଡର IPS ଅଧିକାରୀ ସୁଧାଂଶୁ ସାରଙ୍ଗୀ ବର୍ତ୍ତମାନ ଅଗ୍ନିଶମ ସେବା, ହୋମଗାର୍ଡ ଓ ସିଭିଲ୍ ଡିଫେନ୍ସର ମହାନିର୍ଦ୍ଦେଶକ (DG) ଭାବେ କାର୍ଯ୍ୟରତ ଅଛନ୍ତି।
ସୂତ୍ର ଅନୁସାରେ, ସୁଧାଂଶୁ ସାରଙ୍ଗୀଙ୍କୁ କେନ୍ଦ୍ର ସରକାରରେ DG (Director General) ପଦବୀ ପାଇଁ ମଧ୍ୟ ଏମ୍ପାନେଲ୍ କରାଯାଇଛି, ଯାହା ତାଙ୍କ ଦାବିକୁ ଆହୁରି ମଜବୁତ କରିଛି। ବର୍ତ୍ତମାନର DGP ୱାଇ. ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରାଜ୍ୟ ସରକାର UPSCକୁ ପଠାଇଥିବା ପ୍ୟାନେଲରେ ସୁଧାଂଶୁ ଷଡ଼ଙ୍ଗୀ, ସୁଶାନ୍ତ କୁମାର ନାଥ ଓ ଆର୍. ପି. କୋଚେଙ୍କ ନାମ ରହିଛି।
ତେବେ ପରବର୍ତ୍ତୀ DGP କିଏ ହେବେ, ସେନେଇ ଅନ୍ତିମ ନିଷ୍ପତ୍ତି UPSCର ସୁପାରିସ ପରେ ରାଜ୍ୟ ସରକାର ନେବେ। ଏପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା ହୋଇନଥିଲେ ମଧ୍ୟ ପ୍ରଶାସନିକ ମହଲରେ ସୁଧାଂଶୁ ଷଡ଼ଙ୍ଗୀଙ୍କୁ ପ୍ରମୁଖ ଦାବିଦାର ଭାବେ ଦେଖାଯାଉଛି।

