Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ମୈତ୍ରୀ ସଦନ ରେ ବ୍ଲକ ମନରେଗା ସ୍ତରୀୟ ସାମାଜିକ ସମୀକ୍ଷା ଶିବିର ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ମୈତ୍ରୀ ସଦନ ଠାରେ ଚଳିତ ବର୍ଷ ଶେଷ ଜନ ଶୁଣାଣି ସାମାଜିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ବୈଠକ ରେ ସୁବର୍ଣ୍ଣପୁର ଜିଲ୍ଲାପରିଷଦ କାର୍ଯାଳୟ ପକ୍ଷରୁ ମନରେଗା ଜିଲ୍ଲା ଅଧିକାରୀ ହୃଷିକେଶ ମହାକୁର ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରିବା ସହତ ଏହା ମନରେଗା ଶେଷ ଜନଶୁଣାଣୀ, ଏହାପରେ ନୂତନ ଆଇନ ଜି ଭି ଜି ରାମଜୀ ଲାଘୁ ହେବ ଏବଂ ଏହା କାର୍ଯକାରିତା ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l ବୀରମହାରାଜପୁର ବ୍ଲକ ସାମାଜିକ ସମୀକ୍ଷା ବରିଷ୍ଠ ସଦସ୍ୟ କିଶୋର ହୋତା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଅଧିକାରୀ ମାନଙ୍କ ମଧ୍ୟରେ ସମନ୍ୱୟ ରହିଲେ ହିତାଧିକାରୀ ମାନେ ଅଧିକ ଲାଭ ଉଠାଇ ପାରିବେ ବୋଲି ପ୍ରକାଶ କରିଥିଲେ l ମନରେଗା ବ୍ଲକ ଅଧିକାରୀ ଅମୃତାଂଶୁ ପାତ୍ର ସଭା ସଂଚାଳନ କରିଥିବାବେଳେ, ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ ସମୀକ୍ଷକ ଚୈତନ୍ୟ ମଲ୍ଲୀକ ବିବରଣୀ ଉପସ୍ଥାପନ କରିଥିଲେ l ସମୁଦାୟ ୭୯ ଗୋଟି ଇସ୍ୟୁ ଉପରେ ଜନଶୁଣାଣୀ ହୋଇଥିଲା l ପ୍ରୋଗ୍ରେସ ଭାଉଲେସନ ୨୯, ଫାଇନାନ୍ସସିଆଲ ମିସାପ୍ରପେଶନ ୨୭, ଫାଇନାନ୍ସସିଆଲ ଡେବିଆସନ ୧୩, ଗ୍ରୀଭେନସ ୧0ଟି ଅଭିଯୋଗ ନଜରକୁ ଆସିଥିଲା ୭ହଜାର ଟଙ୍କା ପେନାଲଟିକ ପକାଯାଇଛି l ବୀରମହାରାଜପୁର ବ୍ଲକ ର ସମସ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ ସମାହିତ କାର୍ଯ୍ୟର ତଥ୍ୟ ଉପସ୍ଥାପନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ହିତାଧିକାରୀ, ଭିଆରବି, ଉଲୁଣ୍ଡା ବନଖଣ୍ଡ ଅଧିକାରୀ ଦେବରାଜ ଛତିରିଆ , ସଞ୍ଜୟ, ସାୟୀ ଙ୍କ ସମେତ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ l ଶେଷରେ ବ୍ଲକ ଗ୍ରାମପଞ୍ଚାୟତ ଅଧିକାରୀ ସନାତନ ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ