ବୀରମହାରାଜପୁର ସରସ୍ଵତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ
ବୀରମହାରାଜପୁର :
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ବୀରମହାରାଜପୁର ଠାରେ ବାଟିକା ବିଭାଗର ମାତୃ ସମ୍ମିଳନୀ ଗୁରୁବାର ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସାଧାରଣ ସଭାରେ ବିଦ୍ୟାଳୟ ପରିଚାଳନା ପରିଷଦର ଉପ ସଭାପତି ଡ. ଦ୍ବିତୀକୃଷ୍ଣ ପଣ୍ଡା ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ସୁରେଶ୍ଵରୀ ପଣ୍ଡା ଅଙ୍ଗନୱାଡି କର୍ମୀ , ନାୟକପାଲି ସମ୍ମାନିତ ଅତିଥି ଭାବେ ପରିଚାଳନା ପରିଷଦର ସଦସ୍ୟା ସୁଜାତା ପଧାନ , ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ଜନକରାମ ପଟେଲ , ଶିଶୁ ବାଟିକା ପ୍ରମୁଖ ଗୋବିନ୍ଦ ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ। ଶିଶୁ ମାନଙ୍କର ବିକାଶରେ ମାଁ ମାନଙ୍କ ଭୂମିକା, ବିଦ୍ୟାଳୟ ର ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା ହୋଇଥିଲା। ଗୁରୁମା ନମିତା କର ଧନ୍ୟବାଦ ଅର୍ପଣ କରିଥିଲେ। ଅଲିଭା ଗୁରୂମା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କୁନି କୁନି ଶିଶୁ ମାନଙ୍କର ଏକ ନୃତ୍ୟ ପରିବେଷଣ କରା ଯାଇଥିଲା । ରଶ୍ମି ଗୁରୁମା, ସୁଜାତା ଗୁରୁମା , ମହିମା ଗରୁମା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

