Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ବାହୁଡ଼ା ଯାତ୍ରା: ମାଉସୀ ଘରୁ ନୀଳାଚଳକୁ ବାହୁଡ଼ିବେ ମହାପ୍ରଭୁ

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା। ଶ୍ରୀଗୁଣ୍ଡିଚା ମନ୍ଦିରରୁ ନୀଳାଚଳ ଅଭିମୁଖେ ବାହୁଡ଼ିବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା। ଦୀର୍ଘ ନଅ ଦିନର ଗୁଣ୍ଡିଚା ବାସ ପରେ ତିନି ଠାକୁର ପୁଣିଥରେ ଫେରିବେ ଶ୍ରୀମନ୍ଦିରକୁ । ଏହି ଦିବ୍ୟ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି।

‘ଜୟ ଜଗନ୍ନାଥ’ ଓ ‘ହରିବୋଲ’ ଧ୍ୱନିରେ ପ୍ରକମ୍ପିତ ହେଉଛି ଶ୍ରୀକ୍ଷେତ୍ରର ବଡଦାଣ୍ଡ । ମହାପ୍ରଭୁଙ୍କ ଦର୍ଶନ ଏବଂ ରଥ ଟାଣିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଅପାର ଉତ୍ସାହ ଦେଖାଯାଉଛି। ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥ ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବ। ରଥ ଉପରେ ବିରାଜମାନ ମହାପ୍ରଭୁଙ୍କ ଅପରୂପ ବେଶ ଭକ୍ତମାନଙ୍କୁ ଭକ୍ତି ଓ ଭାବାବେଗରେ ବିଭୋର କରୁଛି।

ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ଏବଂ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେବାୟତ, ପୁଲିସ, ସ୍ୱେଚ୍ଛାସେବୀ ଓ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଏନେଇ ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି | ସେ ଆହୁରି କହିଛନ୍ତିଯେ, ନିର୍ଦ୍ଧାରିତ ସମୟରେ ନୀତିକାନ୍ତି ସମ୍ପର୍ନ୍ନ ହେଲେ ଅପରାହ୍ନ ୪ ଟା ପୂର୍ବରୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ ହେବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories