Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାତି ୧୨ଟାରେ ମୋଦୀଙ୍କ ବାର୍ତ୍ତା, ସକାଳେ ମନ୍ତ୍ରୀଙ୍କୁ Instagram ରିଲ୍ସ ଟିପ୍ସ! Gen Zଙ୍କୁ ମନେଇବାକୁ BJPର ନୂଆ ରଣନୀତି?

NEET ପ୍ରଶ୍ନପତ୍ର ଲିକ୍ ଏବଂ ଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା ବ୍ୟାପକ ଛାତ୍ର ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇଟି ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରଥମେ ସେ ରାତି ପ୍ରାୟ ୧୨ଟା ବେଳେ Instagram ସମେତ ସୋସିଆଲ ମିଡିଆରେ ଭିଡିଓ ବାର୍ତ୍ତା ଜାରି କରି ପ୍ରଶ୍ନପତ୍ର ଲିକ୍ ମାମଲାରେ ଫାଷ୍ଟ-ଟ୍ରାକ୍ କୋର୍ଟ ଏବଂ କଠୋର ଆଇନର ଘୋଷଣା କରିଥିଲେ। ଏହାର କିଛି ସମୟ ପରେ କ୍ୟାବିନେଟ୍ ବୈଠକରେ ସେ କେନ୍ଦ୍ରମନ୍ତ୍ରୀମାନଙ୍କୁ Instagramରେ ସକ୍ରିୟ ହେବା, Reels ତିଆରି କରିବା ଏବଂ ଯୁବପିଢ଼ିଙ୍କ ସହ ସିଧାସଳଖ ସଂଳାପ କରିବାକୁ ପରାମର୍ଶ ଦେଇଥିବା ସୂଚନା ମିଳିଛି।

ବୈଠକରେ ପ୍ରଧାନମନ୍ତ୍ରୀ ପଚାରିଥିଲେ ଯେ, କେତେଜଣ ମନ୍ତ୍ରୀ Instagram ବ୍ୟବହାର କରୁଛନ୍ତି। ସେ କହିଥିଲେ, କୋଟି କୋଟି ଯୁବକ-ଯୁବତୀ ପ୍ରତିଦିନ ଏହି ପ୍ଲାଟଫର୍ମରେ ସକ୍ରିୟ ରହୁଛନ୍ତି। ସରକାରଙ୍କ କାମ ବିଷୟରେ ସୂଚନା ଦେବା ସହିତ ଯୁବପିଢ଼ିଙ୍କ ସହ ଇଣ୍ଟରାକ୍ଟିଭ୍ ସେସନ୍ କରିବା ଏବଂ Reels ମାଧ୍ୟମରେ ସେମାନଙ୍କ ପାଖରେ ପହଞ୍ଚିବାକୁ ସେ ଗୁରୁତ୍ୱ ଦେଇଥିଲେ। ଏହି ପରାମର୍ଶ ସେତେବେଳେ ଆସିଛି, ଯେତେବେଳେ ଦିଲ୍ଲୀର ଜନ୍ତର ମନ୍ତରରେ ହଜାର ହଜାର ଛାତ୍ରଛାତ୍ରୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଜାରି ରଖିଛନ୍ତି।

ରାଜନୈତିକ ବିଶ୍ଳେଷକଙ୍କ ଏକ ବର୍ଗ ଏହାକୁ BJPର ଡିଜିଟାଲ୍ ଯୋଗାଯୋଗ ରଣନୀତିରେ ବଡ଼ ପରିବର୍ତ୍ତନ ବୋଲି ଦେଖୁଛନ୍ତି। ସେମାନଙ୍କ ମତରେ, ସରକାର ବୁଝିସାରିଛନ୍ତି ଯେ Gen Zଙ୍କ ସହ ଯୋଗାଯୋଗର ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ବର୍ତ୍ତମାନ Instagram ଏବଂ Short Video Content।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ