Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ମହାପ୍ରଭୁଙ୍କ ସୁନାବେଶ! ଏନେଇ ପୁରୀକୁ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ଆଜି ମହାପ୍ରଭୁଙ୍କ ସୁନାବେଶ! ମହଣ ମହଣ ସୁନାରେ ସଜ୍ଜିତ ହୋଇ ମହାପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରା ଦିବ୍ୟ ଦର୍ଶନ ଦେବେ | ଏହି ଦିବ୍ୟଦର୍ଶନ ପାଇବା ପାଇଁ ପୁରୀକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିବ | ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ଯେପରି ନିରାପଦ, ସୁବିଧାଜନକ ଓ ନିର୍ବିଘ୍ନ ଭାବେ ଯାତ୍ରା କରିପାରିବେ, ସେଥିପାଇଁ ଅତିରିକ୍ତ ଟ୍ରେନ୍ ସେବା ସହ ବିଭିନ୍ନ ପରିଚାଳନାଗତ ବ୍ୟବସ୍ଥା କରାଯାଇଛି।

ସୁନାବେଶ ଅବସରରେ ପାରାଦୀପ, ଅନୁଗୁଳ, ଭଦ୍ରକ, ତାଳଚେର, କେନ୍ଦ୍ରାପଡ଼ା ରୋଡ, ଢେଙ୍କାନାଳ, ବାଲେଶ୍ୱର, ବ୍ରହ୍ମପୁର, କେନ୍ଦୁଝରଗଡ଼, ଖୋର୍ଦ୍ଧା ରୋଡ ଓ ଦଶପଲ୍ଲାରୁ ପୁରୀ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ସେହିପରି ପୁରୀରୁ ତାଳଚେର, ବାଦାମପାହାଡ଼, ଢେଙ୍କାନାଳ, ବାଙ୍ଗିରିପୋଷି, ରାୟଗଡ଼ା, ଭଦ୍ରକ, ଅନୁଗୁଳ, ଗୁଣୁପୁର, ରାଉରକେଲା, ଦଶପଲ୍ଲା, ସମ୍ବଲପୁର, ପଲାସା, ବିଶାଖାପାଟଣା ଏବଂ ଶାଲିମାର ଅଭିମୁଖେ ମଧ୍ୟ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ।

ପୂର୍ବତଟ ରେଳପଥ ସୂଚନା ଦେଇଛି ଯେ, ଆସନ୍ତାକାଲି ଅଧରପଣା ଅବସରରେ ମଧ୍ୟ ପୁରୀକୁ ଅତିରିକ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଯିବ। ଏଥିସହ ଟ୍ରେନ୍ ଚଳାଚଳ ଉପରେ ନଜର ରଖିବା ଏବଂ ଯାତ୍ରୀଙ୍କୁ ତୁରନ୍ତ ସହାୟତା ଯୋଗାଇବା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ସ୍ଥାପନ କରାଯାଇଛି। ଭକ୍ତମାନଙ୍କୁ ଯାତ୍ରା ପୂର୍ବରୁ ଟ୍ରେନ୍ ସମୟସୂଚୀ ଯାଞ୍ଚ କରି ନିର୍ଦ୍ଧାରିତ ସମୟରେ ଷ୍ଟେସନରେ ପହଞ୍ଚିବାକୁ ରେଳପଥ ପକ୍ଷରୁ ପରାମର୍ଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories