Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

CMO ଅଫିସର ଫାଇଲ୍ ହଜିବା ମାମଲା: ଥାନାରେ ହାଜର ହେଲେନି ଭି.କେ. ପାଣ୍ଡିଆନ, ଭିଡିଓ କନଫରେନ୍ସିଂରେ ଜେରା ପାଇଁ ଦେଲେ ପ୍ରସ୍ତାବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (CMO)ରୁ ଦୁଇଟି ତଦନ୍ତ ରିପୋର୍ଟ ନିଖୋଜ ହେବା ଘଟଣାରେ ପୂର୍ବତନ ବରିଷ୍ଠ ଅଧିକାରୀ ଭି.କେ. ପାଣ୍ଡିଆନଙ୍କୁ କମିଶନରେଟ୍ ପୁଲିସ ପଚରାଉଚରା ପାଇଁ ନୋଟିସ୍ ଜାରି କରିଥିଲା। ଜୁଲାଇ ୨୫ ତାରିଖ ସକାଳ ୧୧ଟାରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ହାଜର ହେବାକୁ ତାଙ୍କୁ ନିର୍ଦ୍ଦେଶ ରହିଥିଲା। କିନ୍ତୁ ପାଣ୍ଡିଆନ ବ୍ୟକ୍ତିଗତ ଭାବେ ହାଜର ନହୋଇ ବିଦେଶରେ ଥିବା ଦର୍ଶାଇ ଇ-ମେଲ୍ ମାଧ୍ୟମରେ ଭିଡିଓ କନଫରେନ୍ସିଂ ଜରିଆରେ ତଦନ୍ତରେ ସହଯୋଗ କରିବାକୁ ସେ ପ୍ରସ୍ତୁତ ଥିବା ଜଣାଇଛନ୍ତି |

ସୂଚନାଯୋଗ୍ୟ, ପୁଲିସ ପକ୍ଷରୁ ପାଣ୍ଡିଆନଙ୍କୁ ମାମଲା ସହ ସମ୍ପର୍କିତ ସମସ୍ତ ଦଲିଲ, ରେକର୍ଡ ଓ ଇଲେକ୍ଟ୍ରୋନିକ୍ ସାମଗ୍ରୀ ସହ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୧୧ରୁ ଅକ୍ଟୋବର ୨୦୨୩ ପର୍ଯ୍ୟନ୍ତ ସେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିବା ସହ ପରେ ରାଜ୍ୟର ୫-ଟି ପଦକ୍ଷେପର ଅଧ୍ୟକ୍ଷ ଥିବାରୁ ଏହି ତଦନ୍ତରେ ତାଙ୍କ ଭୂମିକାକୁ ଗୁରୁତ୍ୱର ସହ ନିଆଯାଉଛି ।

ଏହି ମାମଲାରେ ତଦନ୍ତକୁ ଆଗକୁ ବଢ଼ାଇ କମିଶନରେଟ୍ ପୁଲିସ ପୂର୍ବତନ ଅଧିକାରୀ ଉପେନ୍ଦ୍ର ନାଥ ବେହେରାଙ୍କୁ ଜୁଲାଇ ୨୬ ସକାଳ ୧୧ଟାରେ ହାଜର ହେବାକୁ ନୋଟିସ୍ ଜାରି କରିଛି। ସେହିପରି ପୂର୍ବରୁ ନୋଟିସ୍ ସତ୍ତ୍ୱେ ହାଜର ହୋଇନଥିବା ପୂର୍ବତନ IAS ଅଧିକାରୀ ରାଜେଶ ବର୍ମାଙ୍କୁ ମଧ୍ୟ ଜୁଲାଇ ୩୦ ସୁଦ୍ଧା ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories