Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଣା ନୀତି ପାଇଁ ପ୍ରସ୍ତୁତି ଶେଷ, ପଣା ରୂପକ ଅମୃତ ପାନ କରିବେ ମହାପ୍ରଭୁ

ରଥଯାତ୍ରା ସମ୍ପନ୍ନ ହେବା ପରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଥିବା ମହାପ୍ରଭୁ କ୍ଳାନ୍ତି ମେଣ୍ଟାଇବା ପାଇଁ ପଣା ପାନ କରିବେ। ପରମ୍ପରା ଅନୁଯାୟୀ, ମହାପ୍ରଭୁଙ୍କ ଅଧର ସ୍ପର୍ଶ ହୋଇଥିବା ପଣା ରୂପକ ଅମୃତକୁ ଶରୀରୀ ଓ ଅଶରୀରୀଙ୍କୁ ପାନ କରାଯାଇ ସେମାନଙ୍କୁ ତୋଷ କରାଯାଏ। ଏହି ନୀତି ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଏକ ସ୍ୱତନ୍ତ୍ର ଅଂଶ ଭାବେ ପରିଗଣିତ।

ଏହି ପବିତ୍ର ନୀତି ପାଇଁ କୁମ୍ଭକାର ସେବକମାନେ ତୁମ୍ବକାର ମାଟି ହାଣ୍ଡି ପ୍ରସ୍ତୁତ କରି ସାଇତି ରଖିଛନ୍ତି। ରଥ ଉପରୁ ମହାପ୍ରଭୁଙ୍କ ଅଧର ସ୍ପର୍ଶ କରିବା ଭଳି ସ୍ୱତନ୍ତ୍ର ଢଙ୍ଗରେ ଏହି ହାଣ୍ଡିଗୁଡ଼ିକ ପ୍ରସ୍ତୁତ କରାଯାଇଥାଏ। ଏହି ପରମ୍ପରା ପଛରେ ଅନେକ ସେବକଙ୍କ ଶ୍ରମ ଓ ନିଷ୍ଠା ଜଡ଼ିତ ରହିଛି।

ବଡ଼ଓଡ଼ିଆ ମଠ, ରାଘବଦାସ ମଠ ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ତିନିଟି ଲେଖାଏଁ କରି ମୋଟ ୯ଟି ହାଣ୍ଡି ତିନି ରଥ ପାଇଁ ପ୍ରସ୍ତୁତ କରାଯାଇଛି। ମହାପ୍ରଭୁଙ୍କ ପଣା ନୀତିକୁ ସୁଚାରୁ ଭାବେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରସ୍ତୁତି ଜୋରଦାର ଭାବେ ଚାଲିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories