Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ଓଡ଼ିଶାରେ ଭବ୍ୟ ସ୍ୱାଗତ! କହିଲେ- ‘ ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କ ଆଶୀର୍ବାଦ’ ପାଇଁ ଏହି ସଫଳତା ମିଳିଛି

ଭୁବନେଶ୍ୱର: ‘ଇଣ୍ଡିଆନ୍ ଆଇଡଲ୍–୧୬’ର ବିଜେତା ଜ୍ୟୋତିର୍ମୟୀ ନାୟକ ସୋମବାର ଟ୍ରଫି ସହ ଓଡ଼ିଶା ଫେରିଛନ୍ତି। ସକାଳେ ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ପ୍ରଶଂସକ, କଳାକାର, ସାମାଜିକ ସଂଗଠନ ଓ ବିଭିନ୍ନ ବର୍ଗର ଲୋକେ ଫୁଲତୋଡ଼ା, ମାଳା ଓ ଶୁଭେଚ୍ଛା ଜଣାଇ ତାଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ଏହି ଅବସରରେ ଜ୍ୟୋତିର୍ମୟୀ କହିଥିଲେ ଯେ, ଏହି ସଫଳତାର ଶ୍ରେୟ ସେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଶାବାସୀଙ୍କ ଭଲପାଇବାକୁ ଦେଉଛନ୍ତି।

ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନର ଲୋକପ୍ରିୟ ସଙ୍ଗୀତ ରିୟାଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍–୧୬’ରେ ଜ୍ୟୋତିର୍ମୟୀ ନାୟକ ବିଜେତା ହୋଇ ଟ୍ରଫି ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ହାସଲ କରିଛନ୍ତି। ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ବାଉଁଶନାଳ ଗ୍ରାମର ଏହି ପ୍ରତିଭାବାନ ଗାୟିକା ପ୍ରାୟ ୧୦ ମାସ ଧରି ଚାଲିଥିବା ପ୍ରତିଯୋଗିତାରେ ନିଜ ସୁମଧୁର କଣ୍ଠ, ନିୟମିତ ଉତ୍କୃଷ୍ଟ ପ୍ରଦର୍ଶନ ଓ ପରିଶ୍ରମ ବଳରେ ବିଚାରକ ଓ ଦର୍ଶକଙ୍କ ହୃଦୟ ଜିତିଥିଲେ। ଗ୍ରାଣ୍ଡ୍ ଫିନାଲେରେ ତନିଷ୍କ ଶୁକ୍ଳା ପ୍ରଥମ ରନର୍ସ-ଅପ୍ ହୋଇଥିବାବେଳେ ଶ୍ରେୟା ଘୋଷାଲ, ବିଶାଲ ଦଦଲାନି ଓ ବାଦ୍‌ଶା ବିଚାରକ ଭାବେ ଦାୟିତ୍ୱ ତୁଲାଇଥିଲେ।

ଏହି ଅପୂର୍ବ ସଫଳତାକୁ ନେଇ ଜ୍ୟୋତିର୍ମୟୀ କହିଥିଲେ ଯେ, ମୁମ୍ବାଇରେ ତାଙ୍କର ପ୍ରାୟ ଏକ ବର୍ଷର ଯାତ୍ରା ଜୀବନର ସବୁଠାରୁ ସ୍ମରଣୀୟ ଅନୁଭୂତି ଥିଲା। ଶୋ’ରେ ଅଂଶଗ୍ରହଣ ସମୟରେ ସେ କେବେ ପୁରସ୍କାର ରାଶି ବିଷୟରେ ଚିନ୍ତା କରିନଥିଲେ, ବରଂ ପ୍ରତିଟି ମଞ୍ଚରେ ନିଜର ସର୍ବୋତ୍ତମ ପ୍ରଦର୍ଶନ କରିବା ହିଁ ତାଙ୍କର ଲକ୍ଷ୍ୟ ଥିଲା। ସେ ଆହୁରି କହିଥିଲେ ଯେ, ଏହି ସଫଳତାକୁ ସେ ସଙ୍ଗୀତ ମାଧ୍ୟମରେ କର୍କଟ ରୋଗୀଙ୍କୁ ସେବା ଯୋଗାଉଥିବା ସମସ୍ତଙ୍କୁ ଉତ୍ସର୍ଗ କରୁଛନ୍ତି। ଆଗାମୀ ଦିନରେ ମଧ୍ୟ ଓଡ଼ିଶାର ନାମକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଉଜ୍ଜ୍ୱଳ କରିବା ପାଇଁ ସେ ନିରନ୍ତର ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories