Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଣିକ ସଂଘ ଓ ବ୍ଲକ ପ୍ରଶାସନ ଦ୍ବାରା ସଫେଇ କାର୍ଯ୍ୟକ୍ରମ

ବଣିକ ସଂଘ ଓ ବ୍ଲକ ପ୍ରଶାସନ ଦ୍ବାରା ସଫେଇ କାର୍ଯ୍ୟକ୍ରମ
ଲକ୍ଷ୍ମୀପୁର ୦୨.୦୬ . ସ୍ଥାନୀୟ ବ୍ଲକ ପ୍ରଶାସନ ଦ୍ୱାରା ଆଜି ଲକ୍ଷ୍ମୀପୁର ମାର୍କେଟ ସଫେଇ କାର୍ଯ୍ୟକ୍ରମ କରାଯିବା ସହିତ ପ୍ରତ୍ୟେକ ଦୋକାନ କୁ ଯାଇ ଅଳିଆ ଆବର୍ଜନା ବାହାରକୁ ନ ପକାଇ ଅଳିଆ ଗାଡି ଆସିଲେ ଦେବାକୁ କୁହା ଯାଇଥିଲା। ପ୍ରତ୍ୟକ ଦୋକାନୀମାନେ ଡ଼ଷ୍ଟବିନ ବ୍ୟବହାର କରିବା ପାଇଁ ସଚେତନତା କରାଯାଇଥିଲା।ପୁରୁଣା ବଜାର ଠାରୁ ନୁଆବଜାର ପର୍ଯ୍ୟନ୍ତ ପ୍ରାୟ ୩୦ ରୁ ଉର୍ଧ ବ୍ୟବସାୟୀ ଙ୍କ ସମେତ ବ୍ଲକ କର୍ମଚାରୀ ମିସି ଅଳିଆ ସଫା କରିବା ସହ ନିଆଁ ଲଗେଇ ପୋଡିଥିଲେ।ଦିର୍ଘ ଦିନହେଲେ ଓଏମସି କତୃପକ୍ଷ ଡଷ୍ଟବିନ୍ ପ୍ରଦାନ କରାଯିବ ବୋଲି କହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦୋକାନି ମାନଙ୍କୁ ଡଷ୍ଟବିନ୍ ପ୍ରଦାନ କରାଯାଇ ନଥିବା ରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା।ଅନ୍ୟ ପକ୍ଷରେ କିଛି ନିର୍ଦିଷ୍ଟ ବ୍ୟବସାୟୀ ଆମ୍ବେଦକର ଛକରେ ଥିବା ନାଳ ରେ ବାରମ୍ବାର ପଲିଥିନ ସହ ବିଭିନ୍ନ ଅଳିଆ ପକାଉଥିବା ରୁ ସେମାନଙ୍କ ନାମରେ ଦୃଢ ପଦକ୍ଷେପ ନିଆଯିବାକୁ ପୋଲିସ କୁ କୁହାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଡିଓ ,ତହସିଲଦାର, ଆଇଆଇସି ଙ୍କ ସହ ମାର୍କେଟ ୟୁନିଅନ ସଭାପତି ଓ ମାର୍କେଟର ଅନେକ ସଦଶ୍ୟ ଉପସ୍ଥିତ ରହିଥିଲେ।