Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାତାଳୀ ଶ୍ରୀକ୍ଷେତ୍ର ରେ ଶ୍ରୀ ଜୀଉ ଙ୍କ ନିଳାଦ୍ରୀ ବିଜେ

ଉଲୁଣ୍ଡା :
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲେଇ ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାବନ ଲୀଳାକ୍ଷେତ୍ର ପାତାଳି ଶ୍ରୀକ୍ଷେତ୍ରରେ ଶ୍ରୀଜିଉ ମାନଙ୍କ ନୀଳାଦ୍ରି ବିଜେ ପର୍ବ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଯାଇଛି । ଆଜି ରାତ୍ରୀରେ ଶ୍ରୀଜିଉମାନେ ପ୍ରାୟ ଏକ ମାସ ପରେ ଛଳିଆ ପାହାଡ଼ସ୍ଥ ଶ୍ରୀମନ୍ଦିରର ରତ୍ନ ସିଂହାସନରେ ବିଜେ କରିଛନ୍ତି। ଜ୍ୟେଷ୍ଠ ପୂର୍ଣମୀରେ ମହାସ୍ନାନ ପରେ ଅଣସର ନୀତି, ନେତ୍ରୋତ୍ସବ, ନବ ଯୌବନ ଦର୍ଶନ, ଶ୍ରୀଗୁଣ୍ଡିଚା ରଥଯାତ୍ରା, ଆଡପ ମଣ୍ଡପରେ ଦଶାବତାର, ବାହୁଡ଼ାଯାତ୍ରା, ରାଜରାଜେଶ୍ଵର (ସୁନା ବେଶ)ଏବଂ ଗତକାଲି ଅଧର ପଣା ପରେ ଆଜି ଅପରାହ୍ନ ରେ ରଥାବତରଣ କରି ଗୋଟି ପହଣ୍ଡିରେ ପ୍ରଥମେ ଶ୍ରୀ ସୁଦର୍ଶନ ତାପରେ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥ ଶ୍ରୀମନ୍ଦିରରେ ବିଜେ କରିଥିଲେ। ଠାକୁରଙ୍କ ଆସିବା ଜାଣି ମହାଲକ୍ଷ୍ମୀ ମନ୍ଦିର ଦ୍ୱାର ବନ୍ଦ କରି ଦେଇଥିଲେ ଏବଂ ଉଭୟଙ୍କ ମଧ୍ୟରେ ଏକ ରୋମାଞ୍ଚକର ସାଙ୍ଗିତିକ ବଚସା ହୋଇଥିଲା I ଯାହାକୁ କି ଶ୍ରୀରାମ ପଣ୍ଡା ଓ ବିଶେଶ୍ୱର ପାଢ଼ୀ ପରିବେଷଣ କରିଥିଲେ। ଶେଷରେ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିଥିଲେ ଶ୍ରୀ ଜଗନ୍ନାଥ । ଲକ୍ଷ୍ମଣ ନାୟକ ଓ ଅନିରୁଦ୍ଧ ପାଢ଼ୀଙ୍କ ପହଣ୍ଡି ଗୀତ ଏବଂ ଘାଣ୍ଟୁଆଳ ମାନଙ୍କ ଘଣ୍ଟ ନାଦରେ ମନ୍ତ୍ରମୁଗ୍ଧ ହୋଇଥିଲା ଛଳିଆ କନ୍ଦର । ଏ ଅବସରରେ ଦୂରଦୂରାନ୍ତରୁ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇ ଥିଲା l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ