କଟକ ମହାନଦୀ ବ୍ୟାରେଜରେ ଭାସିଲା ମୃତଦେହ, ପରିଚୟ ଅସ୍ପଷ୍ଟ
କଟକ: କଟକ ମହାନଦୀ ବ୍ୟାରେଜରୁ ମଙ୍ଗଳବାର ସକାଳେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ବ୍ୟାରେଜର ଗେଟ୍ ନିକଟରେ ମୃତଦେହଟି ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୁଲିସ ମୃତଦେହର ପରିଚୟ ଜାଣିବା ପାଇଁ ନିଖୋଜ ବ୍ୟକ୍ତିଙ୍କ ତାଲିକା ସହ ମେଳ କରୁଥିବା ବେଳେ ଆଖପାଖ ଥାନାଗୁଡ଼ିକୁ ମଧ୍ୟ ସୂଚନା ପଠାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି।
ଘଟଣାଟି ଦୁର୍ଘଟଣା, ଆତ୍ମହତ୍ୟା ନା କୌଣସି ଅପରାଧ ସହ ଜଡ଼ିତ, ସେନେଇ ପୁଲିସ ସମସ୍ତ ଦିଗରୁ ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଓ ତଦନ୍ତ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

