Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚୋରିର ନୂଆ ତରିକା: ପୂରା ପରିବାରକୁ ସାମିଲ କରି ଲୁଟ୍, ରାଜକୀୟ ଠାଣିରେ ବିକ୍ରି ହେଉଥିଲା ଚୋରି ସୁନା

ମୟୂରଭଞ୍ଜ: ଜିଲ୍ଲାର ଉଦଳା ପୁଲିସ ଏକ ସଙ୍ଗଠିତ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି। ଏହି ଗ୍ୟାଙ୍ଗର ସବୁଠାରୁ ଚମକପ୍ରଦ ଦିଗ ହେଲା, ମୁଖ୍ୟ ଅଭିଯୁକ୍ତ ନିଜ ପରିବାର ସଦସ୍ୟ ଓ ନାବାଳକମାନଙ୍କୁ ସାମିଲ କରି ଚୋରି କରୁଥିଲେ। ପୁଲିସ ଏହି ମାମଲାରେ ୫ଟି ଲୁଟ୍ ଘଟଣାର ଖୁଲାସା କରିଥିବା ବେଳେ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକ ଥିବା ସୂଚନା ମିଳିଛି।

ପୁଲିସ ସୂଚନା ଅନୁସାରେ, କନକପଦା ଗ୍ରାମର ବର୍ଣ୍ଣଢ଼ ବିନ୍ଧାଣୀ ଏହି ଗ୍ୟାଙ୍ଗର ମୁଖ୍ୟ ସଦସ୍ୟ। ସେ ନିଜ ନାବାଳକ ପୁଅ, ସଢୁଙ୍କ ନାବାଳକ ପୁଅ ଓ ପଡ଼ୋଶୀ ନାବାଳକଙ୍କୁ ସାଙ୍ଗରେ ନେଇ ବିଭିନ୍ନ ଅଞ୍ଚଳ ବୁଲି ବନ୍ଦ ଘରଗୁଡ଼ିକୁ ଟାର୍ଗେଟ୍ କରୁଥିଲେ। ଚୋରି କରାଯାଇଥିବା ସୁନା ଅଳଙ୍କାର ନୀଳଗିରିର ଏକ ଜୁଏଲରୀ ଦୋକାନରେ ବିକ୍ରି କରୁଥିଲେ। ସନ୍ଦେହ ଏଡ଼ାଇବା ପାଇଁ ସେମାନେ ଚୋରି ଟଙ୍କାରେ କିଣାଯାଇଥିବା କାରରେ ପରିବାର ସହ ରାଜକୀୟ ଠାଣିରେ ପହଞ୍ଚି ଗହଣା ବିକ୍ରି କରୁଥିଲେ। ଏଭଳି ଉପାୟରେ ସେମାନେ ୪ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ହାସଲ କରିଥିବା ପୁଲିସ କହିଛି।

ଅଭିଯୁକ୍ତମାନଙ୍କ ନିକଟରୁ ପୁଲିସ ୫ଟି ବ୍ୟାଙ୍କ ପାସବୁକ୍, ଏକ କାର, ଦୁଇଟି ମୋଟରସାଇକେଲ୍, ୪ଟି ମୋବାଇଲ୍ ଫୋନ୍ ଏବଂ ଚୋରି ସାମଗ୍ରୀ ଜବତ କରିଛି। ଚୋରି ଗହଣା କିଣିଥିବା ନୀଳଗିରିର ଅଲ୍ଲୀ ଜୁଏଲରୀର ମାଲିକ ହରଗୋବିନ୍ଦ ରଣାଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ତେବେ ମୁଖ୍ୟ ଅଭିଯୁକ୍ତଙ୍କ ଭଣଜା ଏବଂ ତାଙ୍କ ନାବାଳିକା ଝିଅ ଏବେ ବି ଫେରାର ଥିବାରୁ ସେମାନଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରହିଛି। ପୁଲିସ କହିବାନୁସାରେ,ବର୍ଣ୍ଣଢ଼ ବିନ୍ଧାଣୀଙ୍କ ନାମରେ ପୂର୍ବରୁ ଖୁଣ୍ଟା, ଉଦଳା ଓ କପ୍ତିପଦା ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories