Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମେନ୍ଦ୍ର ପ୍ରଧାନ ହେବେ କି ଓଡ଼ିଶାର ମୁଖ୍ୟମନ୍ତ୍ରୀ? ସମ୍ବଲପୁର ଆସନକୁ ନେଇ ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଓଡ଼ିଶା ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜନୈତିକ ମହଲରେ ତାଙ୍କୁ ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ ବୋଲି ଆଲୋଚନା ଚାଲିଛି। ଏପରିକି ସେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ଯଦିଓ ଏହାକୁ ନେଇ ଭାରତୀୟ ଜନତା ପାର୍ଟି କିମ୍ବା ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଆସିନାହିଁ।

ରାଜନୈତିକ ମହଲରେ ଏଭଳି ଚର୍ଚ୍ଚା ମଧ୍ୟ ହେଉଛି ଯେ, ଯଦି ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ କରାଯାଏ, ତେବେ ସମ୍ବଲପୁର ବିଧାନସଭା ଆସନ ଏକ ବିକଳ୍ପ ହୋଇପାରେ। କାରଣ ବର୍ତ୍ତମାନ ସେଠାର ବିଧାୟକ ହେଉଛନ୍ତି ଜୟ ନାରାୟଣ ମିଶ୍ର। ଦଳର ବରିଷ୍ଠ ନେତା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ କୌଣସି ମନ୍ତ୍ରୀ ପଦ ମିଳିନାହିଁ। ଏଭଳି ପରିସ୍ଥିତିରେ ଯଦି ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ସେ ସମ୍ବଲପୁର ବିଧାନସଭା ଆସନରୁ ଉପନିର୍ବାଚନ ଲଢ଼ି ବିଧାୟକ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହି ସ୍ଥିତିରେ ସମ୍ବଲପୁର ଲୋକସଭା ଆସନ ଖାଲି ହେବା ପରେ ଉପନିର୍ବାଚନରେ ଜୟ ନାରାୟଣ ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ମଧ୍ୟ ରାଜନୈତିକ ମହଲରେ ଆଲୋଚନା ହେଉଛି। ତେବେ ଏସବୁ ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଆକଳନ ଓ ଚର୍ଚ୍ଚା ମାତ୍ର। ଏନେଇ ବିଜେପି ପକ୍ଷରୁ କୌଣସି ଆଧିକାରିକ ଘୋଷଣା ହୋଇନାହିଁ।

ଭାରତର ରାଜନୈତିକ ଇତିହାସରେ ଏପରି ଉଦାହରଣ ପୂର୍ବରୁ ମଧ୍ୟ ରହିଛି। ୨୦୧୧ ମସିହାରେ ମମତା ବାନାର୍ଜୀ ଲୋକସଭା ସାଂସଦ ଥିବାବେଳେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବଂ ପରେ ଉପନିର୍ବାଚନ ଜିତି ବିଧାୟକ ହୋଇଥିଲେ। ସେହିପରି ୨୦୧୭ ମସିହାରେ ଯୋଗୀ ଆଦିତ୍ୟନାଥ ଲୋକସଭା ସାଂସଦ ପଦରେ ଥିବା ସମୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପରବର୍ତ୍ତୀ ସମୟରେ ସେ ବିଧାନ ପରିଷଦର ସଦସ୍ୟ ହୋଇ ସମ୍ବିଧାନର ସର୍ତ୍ତ ପୂରଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories