Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଦଳିଲା ଫୁଲବାଣୀ ସରକାରୀ ମେଡିକାଲ କଲେଜର ନାମ; ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ ହେଲା

କନ୍ଧମାଳ: କନ୍ଧମାଳର ଫୁଲବାଣୀ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ନାମ ପରିବର୍ତ୍ତନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣାର ଦିନକ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ବିଜ୍ଞପ୍ତି ଜାରି କରିଛି। ଏଣିକି ଏହି ଅନୁଷ୍ଠାନ ‘ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଫୁଲବାଣୀ’ ନାମରେ ପରିଚିତ ହେବ।

ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିକୁ ଚିରସ୍ମରଣୀୟ କରିବା ସହ କନ୍ଧମାଳର ଜନଜାତି ସମାଜ ପାଇଁ ତାଙ୍କ ସେବା ଓ ତ୍ୟାଗକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହି ନାମକରଣ ମାଧ୍ୟମରେ ସ୍ୱାମୀଜୀଙ୍କ ସାମାଜିକ ଓ ଆଧ୍ୟାତ୍ମିକ ଅବଦାନକୁ ନୂତନ ପିଢ଼ି ସମ୍ମୁଖରେ ଉପସ୍ଥାପନ କରିବାକୁ ସରକାର ଉଦ୍ଦେଶ୍ୟ ରଖିଛନ୍ତି।

ଏହାସହ ଜଲେଶପଟ୍ଟାସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମ, ଆଶ୍ରମ ବିଦ୍ୟାଳୟ ଓ କନ୍ୟାଶ୍ରମର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ସିଏମ୍‌ଏସ୍‌ଏ ପାଣ୍ଠିରୁ ୧୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଆଶ୍ରମର ଭିତ୍ତିଭୂମିର ବିକାଶ ଓ ଆବଶ୍ୟକ ସୁବିଧାର ସମ୍ପ୍ରସାରଣ କରାଯିବ ବୋଲି ସରକାର ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories