Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦେବୀନଗର ପାହାଡ଼ରୁ ଖସିଲା ବିରାଟ ପଥର; ପାତ୍ରପଡ଼ା-ହଣ୍ଡପା ରାସ୍ତା ଅବରୋଧ! ଯାତାୟାତ ଠପ୍

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଘଟିଛି ଏକ ବଡ ଅଘଟଣ। ଛେଣ୍ଡିପଦା ବ୍ଲକ୍‌ ଅନ୍ତର୍ଗତ ପାତ୍ରପଡ଼ା-ହଣ୍ଡପା ମୁଖ୍ୟ ରାସ୍ତାରେ ଦେବୀନଗର ପାହାଡ଼ରୁ ବଡ଼ ବଡ଼ ପଥର ଖସି ରାସ୍ତା ଅବରୋଧ ହୋଇଛି। ପାହାଡ଼ରୁ ଦୁଇଟି ସ୍ଥାନରେ ପଥର ଖସିଥିବାରୁ ରାସ୍ତାରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।

ପଥର ଖସିବା ଯୋଗୁଁ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଯାନବାହନ ଅଟକି ରହିଛି। ଏହି ରାସ୍ତା ଉପରେ ନିର୍ଭର କରୁଥିବା ଶହ ଶହ ଲୋକ ଯାତାୟାତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦୈନନ୍ଦିନ ଯାତାୟାତ ସହ ଜରୁରୀ ସେବା ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।

ଘଟଣା ପରେ ସ୍ଥାନୀୟ ଲୋକମାନେ ପ୍ରଶାସନକୁ ତୁରନ୍ତ ହସ୍ତକ୍ଷେପ କରି ରାସ୍ତାରୁ ପଥର ଓ ଅତଡ଼ା ହଟାଇବାକୁ ଦାବି କରିଛନ୍ତି। ଶୀଘ୍ର ରାସ୍ତା ସଫା କରାଯାଇ ଯାତାୟାତ ସ୍ୱାଭାବିକ କରିବା ପାଇଁ ଲୋକମାନେ ଅନୁରୋଧ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories