Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମିକାଙ୍କ ସହ ମିଶି ଆନାସ୍ଥେସିଆ ଇଞ୍ଜେକ୍ସନ ଦେଇ ସ୍ତ୍ରୀକୁ ହତ୍ୟା ମାମଲାରେ ବଡ ରାୟ; ସ୍ୱାମୀ ଓ ପ୍ରେମିକାଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର: ବହୁଚର୍ଚ୍ଚିତ ଆନାସ୍ଥେସିଆ ଇଞ୍ଜେକ୍ସନ ଦେଇ ସ୍ତ୍ରୀଙ୍କୁ ହତ୍ୟା କରିବା ମାମଲାରେ ଭୁବନେଶ୍ୱର ଏଡିଜେ-୨ ଅଦାଲତ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ମାମଲାରେ ଅଭିଯୁକ୍ତ ସ୍ୱାମୀ ଏବଂ ତାଙ୍କ ଜଣେ ପ୍ରେମିକାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ଏକ ବର୍ଷର କାରାଦଣ୍ଡ ଭୋଗିବାକୁ ପଡ଼ିବ। ଅନ୍ୟ ଜଣେ ଅଭିଯୁକ୍ତ ପ୍ରେମିକାଙ୍କୁ ପ୍ରମାଣ ଅଭାବରୁ ଅଦାଲତ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ଏହି ଘଟଣାଟି ରାଜଧାନୀ ଭରତପୁର ଅଞ୍ଚଳରେ ଘଟିଥିଲା। ଅଭିଯୋଗ ଅନୁଯାୟୀ, ସ୍ୱାମୀ ନିଜର ଦୁଇ ପ୍ରେମିକାଙ୍କ ସହ ମିଶି ସ୍ତ୍ରୀଙ୍କୁ ଜୋରଜବରଦସ୍ତ ତିନୋଟି ଆନାସ୍ଥେସିଆ ଇଞ୍ଜେକ୍ସନ ଦେଇ ହତ୍ୟା କରିଥିଲେ। ପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ପାଇଁ ମୃତଦେହକୁ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ମୃତ ମହିଳାଙ୍କ ବେକ ଓ ହାତରେ ଥିବା ଚିହ୍ନ ଦେଖି ପୁଲିସର ସନ୍ଦେହ ସୃଷ୍ଟି ହୋଇଥିଲା। ତଦନ୍ତ ସମୟରେ ଜବତ ସିରିଞ୍ଜ ଓ ଅନ୍ୟାନ୍ୟ ବୈଜ୍ଞାନିକ ପ୍ରମାଣ ମାମଲାରେ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥିଲା।

ପୁଲିସର ଜେରା ପରେ ସମଗ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ ହୋଇଥିଲା। ଦୀର୍ଘ ଶୁଣାଣି ପରେ ଅଦାଲତ ଉପସ୍ଥାପିତ ପ୍ରମାଣ ଓ ସାକ୍ଷ୍ୟକୁ ଆଧାର କରି ସ୍ୱାମୀ ଓ ଜଣେ ପ୍ରେମିକାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି। ଏହି ରାୟକୁ ମାମଲାରେ ଏକ ବଡ଼ ନ୍ୟାୟିକ ସଫଳତା ବୋଲି ଦେଖାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories