ଦେବୀନଦୀ ବିପଦ ସଙ୍କେତ ଉପରେ, ଭାସି ଯାଉଥିବା ମଇଁସି ଙ୍କୁ ଅଗ୍ନ୍ନିଶ୍ରମ ବାହିନୀ କଳା ଉଦ୍ଧାର
ଅସ୍ତରଙ୍ଗ୩୧/୭, ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଏବଂ ମହାନଦୀର ଉପର ମୁଣ୍ଡ ଛତିଶଗଡ଼ ର ଡ୍ୟାମ ଗୁଡିକ ରୁ ଲକ୍ଷ ଲକ୍ଷ ଘନଫୁଟ ପାଣି ଆସି ହୀରାକୁଦ ଜଳଭଣ୍ଡାର ରେ ପଶିବା ଯୋଗୁଁ ହୀରାକୁଦ ଡ୍ୟାମ ରୁ ପର୍ଯ୍ୟାୟ କ୍ରମେ ଗେଟ ଖୋଲା ଯାଇଥିଲା l ସେହି କାରଣରୁ ରାଜ୍ୟରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ଉପୁଜିଛି।ଏତେ ପରିମାଣର ବନ୍ୟା ଜଳ ପ୍ରବାହିତ ହେବା ରୁ ଦେବୀ ନଦୀ ର ଅତ୍ୟନ୍ତ ସମ୍ବେଦନଶୀଳ ଜାଗା ରୂପେ ବିବେଚିତ ହୋଇଥିବା ବାଉରିଆକଣ ଠାରେ ବିପଦ ସଂକେତ ଉପରେ ବନ୍ୟା ଜଳ ପ୍ରବାହିତ ହେବା ଦ୍ଵାରା ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହି ଥିଲେ ଅସ୍ତରଙ୍ଗ ଅଞ୍ଚଳ ବାସୀ l ହେଲେ, ଅନ୍ୟ ପଟେ ଜଳସେଚନ ବିଭାଗର ଅଧିକାରୀ ତପନ କୁମାର ନାୟକ ଙ୍କ କହିବା ଅନୁସାରେ ଦେବୀ ନଦୀ ର ବାଉରିଆ କଣ ଠାରେ ମୁଖ୍ୟ ବନ୍ଧ ସୁଦୃଢ ଅଛି ଆତଙ୍କିତ ହେବାର କୌଣସି କାରଣ ନାହିଁ, ବିଭାଗ ପକ୍ଷରୁ ରୀତିମତ ପେଟ୍ରୋଲିଙ୍ଗ କରା ଯିବା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖା ଯାଇଛି । ଅସନ ପାଖରେ ଗୋଟେ ସ୍ଥାନରେ ପଥର ପ୍ୟାକିଂ ହୋଇଥିବା ବନ୍ଧ ଦବିଯିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରୁଥିବା ବେଳେ ବିଭାଗୀୟ ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ଏଠାରେ ସୂଚନା ଥାଉକି ବାଉରିଆ କଣ ଠାରେ ବିପଦ ସଙ୍କେତ୪.୯୩ ମିଟର ଥିବାବେଳେ ଶୁକ୍ରବାର ଅପରାହ୍ନ ସୁଧା ବିପଦ ସଂକେତ ଟପି ୫.୨୫ମିଟର ରେ ଜଳ ପ୍ରବାହିତ ହେଉଥିଲା l ସଂଧ୍ୟା ଆଠ ଘଟିକା ସୁଦ୍ଧା ପାଣିରେ ଲେବୁଲ ବିପଦ ସଂକେତ ଠାରୁ ୩ ପଏଣ୍ଟ କମି ବନ୍ୟା ଜଳ ପ୍ରବାହିତ ହେଉଛି ବୋଲି ଶ୍ରୀ ନାୟକ ସୂଚନା ଦେଇ ଛନ୍ତି l ଅପର ପକ୍ଷରେ, ଦେବୀନଦୀ ରେ ଥିବା ଏକ ଟାପୁରେ ୫୦ ଉର୍ଦ୍ଧ ମଇଁସି ବନ୍ୟା ଜଳରେ ଫସି ରହିବା ସହ ଉଦ୍ଧାର ହୋଇ ନ ପାରି ବାରୁ ଅସ୍ତରଙ୍ଗ ଅଗ୍ନି ଶ୍ରମ ବାହିନୀ ପହଂଚି ନଦୀ ର ଅଥଳ ଜଳ ସ୍ରୋତ ରୁ ଉଦ୍ଧାର କରିଛନ୍ତି l

