Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟସମଲେଇ ଗୁପ୍ତେଶ୍ଵର ମନ୍ଦିର ରେ ଶ୍ରାବଣିକ ରୁଦ୍ରାନୁଷ୍ଠାନ ଉତ୍ସବ

ଉଲୁଣ୍ଡା :
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ଗୁପ୍ତେଶ୍ୱର ମନ୍ଦିର ଠାରେ ଶ୍ରାବଣିକ ରୁଦ୍ରାନୁଷ୍ଠାନ ଉତ୍ସବ ପ୍ରଥମ ବର୍ଷ ପାଇଁ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଶ୍ରାବଣ ମାସ ପ୍ରତିପଦା ୩୦.୦୭.୨୬ ଗୁରୁବାର ଦିନ ଠାରୁ ୨୮.୦୮.୨୬ ପୂର୍ଣ୍ଣିମା ଶୁକ୍ରବାର ପର୍ଯ୍ୟନ୍ତ ଏକ ମାସ ଧରି ସକାଳ ୮ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହା ଅନୁଷ୍ଠିତ ହେବ। ଏହି ଅବସରରେ ସୂର୍ଯ୍ୟପୂଜା , ରୁଦ୍ରପୂଜନ , କ୍ଷୀରାଭିଷେକ , ଜପ , ହବନି, ଆରତୀ, ପୁଷ୍ପାଞ୍ଜଳି ଆଦି ପୂଜାକାର୍ଯ୍ୟ କରାଯାଉଅଛି । ଏଥିରେ ମୁଖ୍ୟ ଯଜ୍ଞାଚାର୍ଯ୍ୟ ଲକ୍ଷ୍ମଣ କୁମାର ନାୟକ ଓ ଯଜ୍ଞାଚାର୍ଯ୍ୟ ରଘୁନନ୍ଦନ ନାୟକ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ରବିବାର ଚତୁର୍ଥ ଦିବସରେ କର୍ତ୍ତା ଭାବରେ ନରେନ୍ଦ୍ର ବାଘ ଓ ତପସ୍ଵିନୀ ବାଘ କାର୍ଯ୍ୟ ସମ୍ପାଦନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ