Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଉରକେଲାରେ ହାଇପ୍ରୋଫାଇଲ୍ ସେକ୍ସ ରାକେଟର ପର୍ଦ୍ଦାଫାଶ: ୨ ଯୁବତୀ ଉଦ୍ଧାର, ୩ ଗ୍ରାହକଙ୍କ ସହ ମୁଖ୍ୟ ଅଭିଯୁକ୍ତ ଅଟକ

ରାଉରକେଲା: ରାଉରକେଲା ସହରରେ ଏକ ହାଇପ୍ରୋଫାଇଲ୍ ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ରଘୁନାଥପଲ୍ଲୀ ଥାନା ପୁଲିସ। ସହରର ସିଭିଲ୍ ଟାଉନସିପ୍ ଅଞ୍ଚଳର ଏକ ବାସଭବନରେ ଚାଲୁଥିବା ଏହି ବେଆଇନ କାରବାର ଉପରେ ଚଢ଼ାଉ କରି ପୁଲିସ ୨ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ରାକେଟର ମୁଖ୍ୟ ପରିଚାଳକ ଏବଂ ୩ ଜଣ ଗ୍ରାହକଙ୍କୁ ଅଟକ ରଖିଛି।

ସୂଚନା ପାଇବା ପରେ ପୁଲିସ ସମ୍ପୃକ୍ତ ଘର ଉପରେ ଅଚାନକ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ସେଠାରୁ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି। ଉଦ୍ଧାର ହୋଇଥିବା ଦୁଇ ଯୁବତୀଙ୍କୁ ସୁରକ୍ଷା ଓ ପୁନର୍ବାସ ପାଇଁ ସଖୀ ସେଣ୍ଟରକୁ ପଠାଯାଇଛି।

ଘଟଣାରେ ଅଟକ ରହିଥିବା ୩ ଜଣ ଗ୍ରାହକଙ୍କୁ ପଚରାଉଚରା କରାଯାଉଥିବା ବେଳେ ଏହି ରାକେଟ ସହ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଜାରି ରହିଛି। ଏହି ଦେହ ବ୍ୟବସାୟ କେତେ ଦିନ ଧରି ଚାଲୁଥିଲା ଏବଂ ଏହାର ନେଟୱାର୍କ କେତେ ଦୂର ପର୍ଯ୍ୟନ୍ତ ବ୍ୟାପିଥିଲା, ସେନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ