Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର! ବିଭିନ୍ନ ଶୈବପୀଠରେ କାଉଁରିଆଙ୍କ ଭିଡ଼

ଭୁବନେଶ୍ୱର: ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ରାଜ୍ୟର ବିଭିନ୍ନ ପ୍ରମୁଖ ଶୈବପୀଠରେ ଆଜି କାଉଁରିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ଭୋରରୁ ହିଁ ଭକ୍ତ ମାନେ ଜଳାଭିଷେକ ପାଇଁ ମନ୍ଦିରରେ ପହଞ୍ଚିଥିବାବେଳେ, ଦୂରଦୂରାନ୍ତରୁ ପବିତ୍ର ଜଳ ଆଣି କାଉଡ଼ିଆମାନେ ଖାଲିପାଦରେ ଶିବାଳୟ ଅଭିମୁଖେ ଯାତ୍ରା କରିଛନ୍ତି।

ଧାର୍ମିକ ବିଶ୍ୱାସ ଅନୁସାରେ, ଶ୍ରାବଣ ମାସରେ ମହାଦେବଙ୍କୁ ଜଳାଭିଷେକ କଲେ ମନସ୍କାମନା ପୂରଣ ହୁଏ। ଏହି କାରଣରୁ ଅନେକ ଭକ୍ତ ନଦୀ ଓ ପବିତ୍ର ଜଳାଶୟରୁ ଜଳ ସଂଗ୍ରହ କରି ବାହୁଙ୍ଗା ବୋହି ନିଷ୍ଠାର ସହ ଶିବମନ୍ଦିରରେ ପହଞ୍ଚି ଜଳ ଅର୍ପଣ କରୁଛନ୍ତି। ଶ୍ରାବଣ ମାସର ପ୍ରତ୍ୟେକ ସୋମବାରରେ ଏହି ପରମ୍ପରା ପାଳନ କରାଯାଏ।

ଭକ୍ତଙ୍କ ବିପୁଳ ସମାଗମକୁ ଦୃଷ୍ଟିରେ ରଖି ନଦୀଘାଟ, ତୀର୍ଥସ୍ଥଳ ଏବଂ ପ୍ରମୁଖ ଶୈବପୀଠଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ଓ ଜଳାଭିଷେକ ସୁନିଶ୍ଚିତ କରିବା ପାଇଁ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଲାଗୁ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories