Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁବନେଶ୍ୱରର ପାତ୍ରପଡ଼ାରେ ତୁଳା କମ୍ପାନୀରେ ଅଗ୍ନିକାଣ୍ଡ; ନିଆଁ ଲିଭାଇବାକୁ ମୁତୟନ ହେଲା ରୋବଟ୍

ଭୁବନେଶ୍ୱର: ଭୁବନେଶ୍ୱରର ପାତ୍ରପଡ଼ା ଅଞ୍ଚଳରେ ଥିବା ଏକ ତୁଳା କମ୍ପାନୀରେ ସୋମବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ତୁଳା ଭଳି ଅତ୍ୟନ୍ତ ଜ୍ୱଳନଶୀଳ ସାମଗ୍ରୀ ଗଚ୍ଛିତ ଥିବାରୁ ନିଆଁ ଦ୍ରୁତ ଗତିରେ ସମଗ୍ର କମ୍ପାନୀକୁ ବ୍ୟାପିଯାଇଥିଲା। ଧୂଆଁ ଓ ନିଆଁର ପ୍ରକୋପ ଦେଖି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।

ଖବର ପାଇ ଅଗ୍ନିଶମ ବାହିନୀର ୩ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାମ ଆରମ୍ଭ କରିଥିଲେ। ପରିସ୍ଥିତି ଗମ୍ଭୀର ହେବାରୁ ଷ୍ଟ୍ରାଇକିଂ ଫୋର୍ସ ସହ ଅଧିକ ଦମକଳ ଗାଡ଼ିକୁ ଜଟଣୀରୁ ଡକାଯାଇଛି। ନିଆଁକୁ ଶୀଘ୍ର ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଅଗ୍ନି ନିର୍ବାପକ ରୋବଟ୍‌କୁ ମଧ୍ୟ ନିୟୋଜିତ କରାଯାଇଛି।

କମ୍ପାନୀ ପରିସରରେ ଡିଜି ମେସିନ୍ ଓ ଅନ୍ୟାନ୍ୟ ଯନ୍ତ୍ରପାତି ଥିବାରୁ ବିସ୍ଫୋରଣର ଆଶଙ୍କା ରହିଥିବା କୁହାଯାଇଛି। ସେଥିପାଇଁ ତମାଣ୍ଡୋ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି। ଅଗ୍ନିଶମ ବିଭାଗର ଡେପୁଟି ଫାୟାର ଅଫିସର ନିଜେ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର ଓ ନିଆଁ ଲିଭା ଅଭିଯାନର ତଦାରଖ କରୁଛନ୍ତି। ଅଗ୍ନିକାଣ୍ଡର କାରଣ ଓ କ୍ଷୟକ୍ଷତିର ସଠିକ୍ ପରିମାଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories