Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିବ୍ୟାଙ୍ଗଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଉପହାର; ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ରେ ବଦଳିଲା ନିୟମ

ଭୁବନେଶ୍ୱର: ଓଡ଼ିଶାର ଦିବ୍ୟାଙ୍ଗ ଏବଂ ସେମାନଙ୍କ ପରିବାର ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’ ଯୋଜନାର ଗାଇଡଲାଇନ୍‌ରେ ସଂଶୋଧନ କରାଯାଇଥିବାରୁ ଏବେ ଅଧିକ ସଂଖ୍ୟକ ଦିବ୍ୟାଙ୍ଗ ସରକାରୀ ସହାୟକ ଉପକରଣ ଓ ଶିକ୍ଷାବୃତ୍ତିର ସୁବିଧା ପାଇପାରିବେ। ସବୁଠୁ ବଡ଼ ପରିବର୍ତ୍ତନ ହେଉଛି ଆୟ ସୀମାକୁ ବୃଦ୍ଧି କରାଯାଇଛି | ପୂର୍ବରୁ ବାର୍ଷିକ ୨.୪୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାର ଏହି ସୁବିଧା ପାଉଥିଲେ, କିନ୍ତୁ ଏବେ ଏହି ସୀମାକୁ ୫ ଲକ୍ଷ ଟଙ୍କାକୁ ବଢ଼ାଯାଇଛି।

ନୂଆ ନିୟମ ଅନୁଯାୟୀ, ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଥିବା ପରିବାରର ଦିବ୍ୟାଙ୍ଗମାନେ ସହାୟକ ଉପକରଣ ଏବଂ ଶିକ୍ଷାବୃତ୍ତିର ସୁବିଧା ପାଇବେ। ଏହାଠାରୁ ଅଧିକ ଆୟ ଥିବା ପରିବାର ପାଇଁ ମଧ୍ୟ ସରକାର ସହାୟତା ବ୍ୟବସ୍ଥା ରଖିଛନ୍ତି। ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ବାର୍ଷିକ ଆୟ ଥିବା ପରିବାରକୁ ସହାୟକ ଉପକରଣର ମୋଟ ମୂଲ୍ୟର ୨୫ ପ୍ରତିଶତ ଅର୍ଥ ଦେବାକୁ ପଡ଼ିବ, ଯେତେବେଳେ ୧୦ ଲକ୍ଷରୁ ଅଧିକ ଆୟ ଥିବା ପରିବାରକୁ ୫୦ ପ୍ରତିଶତ ଖର୍ଚ୍ଚ ବହନ କରିବାକୁ ହେବ।

ଦଶମ ଶ୍ରେଣୀ ପରବର୍ତ୍ତୀ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ଦିବ୍ୟାଙ୍ଗଙ୍କ ସନ୍ତାନଙ୍କ ପାଇଁ ଶିକ୍ଷାବୃତ୍ତି ନିୟମକୁ ମଧ୍ୟ କୋହଳ କରାଯାଇଛି। ପୂର୍ବରୁ ଯେଉଁଠାରେ ୨.୪୦ ଲକ୍ଷ ଟଙ୍କା ବାର୍ଷିକ ଆୟ ସୀମା ଥିଲା, ବର୍ତ୍ତମାନ ତାହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ସଂଶୋଧନ ଫଳରେ ରାଜ୍ୟର ଲକ୍ଷାଧିକ ଦିବ୍ୟାଙ୍ଗ ପରିବାର ଅଧିକ ସରକାରୀ ସହାୟତା ପାଇବା ସହ ଶିକ୍ଷା ଓ ସ୍ୱାବଲମ୍ବନ ଦିଗରେ ନୂଆ ସୁଯୋଗ ପାଇବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories