ସୁବଳୟା ଲଲିତ ସାହୁ ଙ୍କ ଘର ବର୍ଷା ରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି
ବୀରମହାରାଜପୁର : ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମରେ ଲଳିତ ସାହୁଙ୍କ ଘର ଟି ଗତ ଲଗାଣ ବରଷାରେ ସମ୍ପୂର୍ଣ୍ଣ ମାଡ଼ି ବସିବାରୁ ସେ ୟା ତା ଘରେ ରହୁଥିବା ଦେଖିବାକୁ ମିଳିଛି l ଗତବର୍ଷ ସ୍ତ୍ରୀ ଆରପାରିକୁ ଚାଲିଯିବା ପରେ ଏକୁଟିଆ ଜୀବନ ବିତାଉଥିଲେ। ଭାବିଥିଲେ ଘର ଖଣ୍ଡିକ ହିଁ ତାଙ୍କର ଶେଷ ସମୟର ସାହାରା ହୋଇ ରହିବ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ପ୍ରକୃତିର କରାଳ ରୂପ ଓ ଲଗାଣ ବର୍ଷା ଶେଷରେ ତାଙ୍କ ଠାରୁ ସେହି ଆଶ୍ରୟସ୍ଥଳୀକୁ ମଧ୍ୟ ଛଡ଼ାଇ ନେଇଛି । ଏବେ ଭଙ୍ଗା ଘର ଆଗରେ ଠିଆ ହୋଇ କୋହ ଭରା କଣ୍ଠରେ ନିଜର ଦୁଃଖ ବଖାଣୁଛନ୍ତି ଅସହାୟ ଲଳିତ ସାହୁ।
ମିଳିଥିବା ସୂଚନା ଅନୁଯାୟୀ, ଲଳିତ ସାହୁଙ୍କ ସ୍ତ୍ରୀଙ୍କର ଦେହାନ୍ତ ହୋଇସାରିଛି ଏବଂ ତାଙ୍କ ପୁଅ ଓ ବୋହୂ (ବୁହାରୀ) ଜହ୍ନାପଙ୍କ ଠାରେ ରହୁଛନ୍ତି। ପରିଣତ ବୟସରେ ଲଳିତ ନିଜ ଘରେ ଏକୁଟିଆ ନିଃସଙ୍ଗ ଜୀବନ ଅତିବାହିତ କରୁଥିଲେ । ହେଲେ ଗତ କିଛି ଦିନ ହେବ ଲାଗି ରହିଥିବା ଲଗାଣ ବର୍ଷା ତାଙ୍କ ପାଇଁ ଦାଉ ସାଧିଛି । ବର୍ଷା କାରଣରୁ ତାଙ୍କର ବାସଗୃହଟି ସମ୍ପୂର୍ଣ୍ଣ ରୂପେ ମାଡ଼ି ବସିଛି ବା ଭୁଶୁଡ଼ି ପଡ଼ିଛି। ଆଖି ଆଗରେ ନିଜର ସମ୍ବଳ କହିଲେ ଥିବା ଘରଟି ମାଟିରେ ମିଶିଯିବା ପରେ ଲଳିତ ଏବେ ସମ୍ପୂର୍ଣ୍ଣ ଦିଗହରା ହୋଇପଡ଼ିଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଖଣ୍ଡିଏ ଜାଗା ନଥିବାରୁ ଏବେ ସେ ବାଧ୍ୟ ହୋଇ ଗାଁର ଅନ୍ୟମାନଙ୍କ ଘରେ କିମ୍ବା ପଡ଼ୋଶୀଙ୍କ ବାରଣ୍ଡାରେ ଦୟନୀୟ ଭାବେ ରାତ୍ରିଯାପନ କରୁଥିବା ଜଣାପଡ଼ିଛି।
ଏହି ହୃଦୟ ବିଦାରକ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ, ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହି ଅସହାୟ ବୃଦ୍ଧଙ୍କୁ ସରକାରୀ ସହାୟତା ଏବଂ ପଲିଥିନ୍ କିମ୍ବା ଆବାସ ଯୋଜନାରେ ଏକ ଘର ଯୋଗାଇ ଦେବାକୁ ସାଧାରଣରେ ଦୃଢ଼ ଦାବି ହେଉଛି।

