ବିଲୁପ୍ତ ଘର ଚଟିଆ ଙ୍କ ବୃଦ୍ଧି ପାଇଁ ପ୍ରୟାସ ଜାରି ରଖିଛନ୍ତି ପକ୍ଷୀ ପ୍ରେମୀ ସତ୍ୟଜିତ
ଉଲୁଣ୍ଡା :
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପକ୍ଷୀପ୍ରେମୀ ସତ୍ୟଜିତ ଗଡୁଆଙ୍କ ଭିନ୍ନ ପ୍ରୟାସ l ବିନା ଚାଳ ଛପର ଘରରେ ମଧ୍ୟ ବିଲୁପ୍ତ ହୋଇଯାଇଥିବା ଘର ଚଟିଆ ମାନଙ୍କ ସୁରକ୍ଷା ଓ ସଂରକ୍ଷଣ କାର୍ଯ୍ୟ ଦ୍ୱାରା ଘର ଚଟିଆଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ଦେଖାଦେଇଛି l ପକ୍ଷୀମାନଙ୍କ ବାସସ୍ଥଳୀର ସୁରକ୍ଷା ସହିତ ଖାଇବାକୁ ଖୁଦ ଓ ଗ୍ରୀଷ୍ମ ଦିନରେ ପିଇବା ପାଣିର ବ୍ୟବସ୍ଥା କରି ହଜିଯାଉଥିବା ଘର ଚଟିଆ ମାନଙ୍କ ସଂଖ୍ୟା ବୃଦ୍ଧି ହେଉଛି l ସତ୍ୟଜିତଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣରେ ଉଚ୍ଚ ପ୍ରଶଂସିତ କରାଯାଉଛି l

