ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ବାର୍ଷିକ ଉତ୍ସବ


ଅସ୍ତରଙ୍ଗ: ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ,ବନ୍ତିଲୋ,ଅସ୍ତରଙ୍ଗ ର ବାର୍ଷିକ ଉତ୍ସବ ଶନିବାର ଦିନ,କେନ୍ଦ୍ର ର କୁନି କୁନି ପିଲା ମାନଙ୍କୁ ନେଇ ,ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ମହା ସମାରୋହରେ ପାଳିତ ହୋଇ ଯାଇଅଛି । ପ୍ରାରମ୍ଭ ରେ ଅତିଥି ଗଣ ଶ୍ରୀ ମା ,ଅରବିନ୍ଦ ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଦେଇ ,ପ୍ରଦୀପ ପ୍ରଯୋଳନ୍ କରିବା ପରେ,ଅସ୍ତରଙ୍ଗ ବ୍ଲକ ର ଶିକ୍ଷାଧିକାରୀ ଶ୍ରୀ ଚିତ୍ତରଞ୍ଜନ ସ୍ବାଇଁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ, ପ୍ରାଥମିକ ଶିକ୍ଷା ଓଡ଼ିଶା ର ନିର୍ଦ୍ଦେଶକ, ଶ୍ରୀ ଜ୍ୟୋତିରଂଜନ ମିଶ୍ର,ଯୋଗ ଦେଇଥିବା ବେଳେ, ଅସ୍ତରଙ୍ଗ ତହସିଲଦାର ରାଜ ଲକ୍ଷ୍ମୀ ନାୟକ, ବିଜ୍ଞାନ ଶିକ୍ଷକ ଚିତ୍ତରଞ୍ଜନ ବିଶ୍ଵାଳ ଓ ଚିତ୍ତରଞ୍ଜନ ଦାସ,ବରିଷ୍ଟ ସାମ୍ବାଦିକ ଦୁଃଶାସନ ନାୟକ,ରମେଶ ଚନ୍ଦ୍ର ଜେନା,ଶିକ୍ଷା କେନ୍ଦ୍ର ର ଟ୍ରଷ୍ଟି ମାଧବ ଚନ୍ଦ୍ର ବାରିକ, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରି,ପୂର୍ଣ୍ଣାଙ୍ଗ ସିକ୍ଷାକେନ୍ଦ୍ର ଆଧ୍ୟାତ୍ମିକ,ନୈତିକ,ମାନସିକ ବିକାଶ କରି ,ଦେବ ଶିଶୁ ଗଠନ ର ପ୍ରମୁଖ କେନ୍ଦ୍ର ହୋଇ ପାରିଛି ।

ତେଣୁକରି ସରକାରୀ ବିଦ୍ୟାଳୟ ଠାରୁ ଉନ୍ନତ ଶିକ୍ଷା ପ୍ରଦାନ କରି ପାରୁଥିବାରୁ,ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ପ୍ରତି ଅଭିଭାବକ ମାନଙ୍କର ଆଗ୍ରହ ବୃଦ୍ଧି ପାଉଛି । ଦୀର୍ଘ ୨୨ବର୍ଷ ଧରି ,ନୀରବ ଛିନ୍ନ ଭାବେ ସେବା ପ୍ରଦାନ କରି, ବନ୍ତିଲୋ ଅଞ୍ଚଳ ରେ ଲୋକ ମାନଙ୍କର ବିଶ୍ବାସ ଭାଜନ ହୋଇ ପାରିଥିବାରୁ ,ଅତିଥି ମାନେ ଭୂୟସୀ ପ୍ରଂଶସା କରି ଥିଲେ । ଶ୍ରୀ ଅରବିନ୍ଦ ପୁରୀ ଜିଲ୍ଲା ର ପାଠ ଚକ୍ର ସଂଯୋଜକ,ସୁକାନ୍ତ କୁମାର ଜେନା,ମୁଖ୍ୟବକ୍ତା ଭାବେ ରହିଥିବା ବେଳେ,କେନ୍ଦ୍ର ର ବାର୍ଷିକ ବିବରଣୀ ପାଠ କରିଥିଲେ ପ୍ରଧାନ ଶିକ୍ଷକ,ବଶିଷ୍ଠ କୁମାର ସାହୁ । ଶେଷରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ଓ ପୁରସ୍କାର ବିତରଣ ପରେ,ସାଂସ୍କୃତିକ କାର୍ଯ୍ୟକ୍ରମ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଆୟୋଜିତ ହୋଇଥିଲା ।