Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲେଶ୍ବରରେ ମର୍ମନ୍ତୁତ ଟ୍ରେନ୍ ଦୁର୍ଘଟଣା ମୃତକ ଙ୍କ ଉଦେଶ୍ୟରେ ଶ୍ରଦ୍ଦାଞ୍ଜଳି

ଲକ୍ଷ୍ମୀପୁର : ଶୁକ୍ରବାର ସଂଧ୍ୟାରେ ବାଲେଶ୍ବର ରେ ହୋଇଥିବା ମର୍ମନ୍ତୁତ ଟ୍ରେନ୍ ଦୁର୍ଘଟଣା ରେ ୨୮୮ ଜଣ ଙ୍କର ମୃତ ହୋଇଥିବା ଏକ ହଜାର ରୁ ଉର୍ଧ ଯାତ୍ରି ଆହତ ହୋଇଥିବା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।ଏହି ଦୁର୍ଘଟଣା ପରେ ସାରା ଦେଶରେ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଥିବା ବେଳେ ଲକ୍ଷ୍ମୀପୁର ମାର୍କେଟ୍ ୟୁନିଅନ୍ ତରଫରୁ ମୃତକ ଙ୍କ ଅମର ଆତ୍ମାର ଶଦଗତି କାମନା କରାଯାଇ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଜରାଯାଇଥିଲା।ସ୍ତାନୀୟ ଜଗନ୍ନାଥ ମନ୍ଦିର ରୁ ଶତାଧିକ ବ୍ୟବସାୟୀ ଓ ସାଧାରଣ ଲୋକେ କ୍ୟାଣ୍ଡେଲ୍ ଜାଳି ଦୁର୍ଗାପୂଜା ମଣ୍ଡପରେ ପହଞ୍ଚିଥିଲେ।ସେଠାରେ ମୃତକଙ୍କ ଉଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇ ଆହତ ଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।ଏହି କ୍ୟାଣ୍ଡେଲ୍ ଶୋଭାଯାତ୍ରା ରେ ମାର୍କେଟ ୟୁନିଅନ୍ ସଭାପତି ମନୋଜ କୁମାର ସାହୁ, ଉମାଶଙ୍କର କର୍କରା, ଭି.ଶ୍ରବଣ କୁମାର, ଦିପକ ବିଷୋଇ ,ମଧୂସୁଦନ ସାହୁ ,ଡ.ଦେବେଶ ବେହେରା,ଦିପକ ଶତପଥି,ଅଜିତ ସାହୁ,ପ୍ରଫୁଲ ସାହୁ,ପ୍ରଦିପ ପାଣ୍ଡବ ଙ୍କ ସମେତ ମାର୍କେଟ୍ ୟୁନିଅନ୍ ର ଅନେକ ସଦସ୍ୟ ସଦସ୍ୟା ଉପସ୍ତିତ ଥିଲେ…