Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଉପଖଣ୍ଡ ଡାକ୍ତରଖାନା ରେ କୁଷ୍ଠ ନିରାକରଣ ପାଇଁ ବ୍ଲକ ସ୍ତରୀୟ ସମନ୍ଵୟ କମିଟି ବୈଠକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା
ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟର ସଭାଗୃହରେ ଆଗାମୀ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ (LCDC) ପାଇଁ “ବ୍ଲକ ସ୍ତରୀୟ ସମନ୍ୱୟ କମିଟିର ବୈଠକ” ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଆବାହକ ଚିକିତ୍ସାଳୟ ର ଅଧ୍ୟକ୍ଷ ଡାକ୍ତର ସୁବାଷ ଚନ୍ଦ୍ର ପଣ୍ଡା ଉପସ୍ଥିତ ରହି ବିଭିନ୍ନ ବିଭାଗରୁ ଆସିଥିବା ଅଧିକାରୀ ମାନଙ୍କୁ ସ୍ୱାଗତ କରିବା ସହିତ ବୈଠକର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ଆଗାମୀ ତା୧୭-୦୮-୨୬ ରୁ ୩୧-୦୮-୨୬ ପର୍ଯ୍ୟନ୍ତ ହେବାକୁ ଥିବା କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ର ରୂପରେଖ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବ୍ଲକ୍ ନୋଡାଲ ଲେପ୍ରୋସି ୱର୍କର ଜଗଦୀଶ ମେହେର ଆଲୋଚନା କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିଷେକ କୁମାର ଭୁଇ ,ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ,ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ତିନି ଗୋଟି ସେକ୍ଟରର ସେକ୍ଟର ମେଡିକାଲ ଅଫିସର ଓ ସେକ୍ଟର ସୁପରଭାଇଜର ମାନେ ଉପସ୍ଥିତ ରହି ଅଭିଯାନ କୁ ସଫଳ ଭାବରେ କାର୍ଯ୍ୟକାରୀ କରବାକୁ ମତ ପ୍ରକାଶ କରିଥିଲେ। ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ମହେନ୍ଦ୍ର ମିଶ୍ର କାର୍ଯ୍ୟ କ୍ରମର ରୂପରେଖ ବିଷୟରେ ଆଲୋଚନା କରିଥିଲେ। ଶେଷରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସ୍ୱର୍ଣ୍ଣପ୍ରଭା ଯୁଏଡ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ