Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋବାଇଲରେ ଲାଇଭ୍ ଭିଡିଓ କରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ!ତ୍ୱରିତ ପଦକ୍ଷେପ ନେଇ ଜୀବନ ରକ୍ଷାକଲା ଧଉଳି ପୁଲିସ

ଭୁବନେଶ୍ୱର: ମୋବାଇଲରେ ଲାଇଭ୍ ଭିଡିଓ କରି ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ଯୁବକଙ୍କୁ ତ୍ୱରିତ ପଦକ୍ଷେପ ନେଇ ଉଦ୍ଧାର କରିଛି ଧଉଳି ଥାନା ପୁଲିସ। ଲାଇଭ୍ ଭିଡିଓ ସମୟରେ ଯୁବକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିବା ପରେ ପୁଲିସ ତୁରନ୍ତ ତାଙ୍କ ଅବସ୍ଥାନ ଚିହ୍ନଟ କରି ଅଭିଯାନ ଆରମ୍ଭ କରିଥିଲା।

ସୂଚନା ଅନୁସାରେ, ଯୁବକ ଜଣକ ମାନସିକ ଚାପରେ ଥିବାବେଳେ ମୋବାଇଲରେ ଲାଇଭ୍ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପରେ ସେ ନିଜ ମୋବାଇଲ୍ ସ୍ୱିଚ୍ ଅଫ୍ କରି ଏକ ହୋଟେଲରେ ଲୁଚି ରହିଥିଲେ। ତେବେ ଲାଇଭ୍ ଭିଡିଓର ନେଟୱାର୍କ ସୂଚନାକୁ ଆଧାର କରି ଧଉଳି ପୁଲିସ ତାଙ୍କ ଅବସ୍ଥାନ ଟ୍ରାକ୍ କରି ହୋଟେଲରେ ପହଞ୍ଚିଥିଲା।

ହୋଟେଲରୁ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରି ପୁଲିସ ତୁରନ୍ତ ଚିକିତ୍ସା ପାଇଁ ପଠାଇଥିଲା। ପ୍ରାଥମିକ ତଦନ୍ତରୁ ମାନସିକ ଚାପ ଯୋଗୁଁ ସେ ଏପରି ଚରମ ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଘଟଣାର ଅଧିକ ତଦନ୍ତ ଜାରି ରହିଥିବାବେଳେ, ପୁଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଫଳରେ ଯୁବକଙ୍କ ଜୀବନ ରକ୍ଷା ପାଇଥିବାରୁ ଏହାକୁ ସାଧାରଣରେ ପ୍ରଶଂସା କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories