Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଳ୍ପ ନିବେଶ କ୍ଷେତ୍ରରେ ଆଗେଇବ ‘ଓଡ଼ିଶା’! ଦିଲ୍ଲୀ-ଗୁରୁଗାଓଁରେ ହେବ ଇନଭେଷ୍ଟର୍ସ ମିଟ୍

ଭୁବନେଶ୍ୱର: ଓଡ଼ିଶାରେ ଶିଳ୍ପ ନିବେଶ ବଢ଼ାଇବା ଲକ୍ଷ୍ୟରେ ଆସନ୍ତାକାଲି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ‘ଟିମ୍ ଓଡ଼ିଶା’ ବିଭିନ୍ନ ଶିଳ୍ପପତି ଓ ସମ୍ଭାବ୍ୟ ନିବେଶକଙ୍କ ସହ ଆଲୋଚନା କରି ରାଜ୍ୟରେ ନୂତନ ପୁଞ୍ଜିନିବେଶ ପାଇଁ ଆହ୍ୱାନ କରିବେ ।

ଏହି ରୋଡ୍‌ ଶୋ’ରେ ଓଡ଼ିଶାର ଶିଳ୍ପାୟନ ସମ୍ଭାବନା, ସରକାରଙ୍କ ନିବେଶକ-ଅନୁକୂଳ ନୀତି ଏବଂ ଭିତ୍ତିଭୂମି ସୁବିଧା ଉପରେ ଗୁରୁତ୍ୱ ଦିଆଯିବ। ବିଶେଷକରି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ, ମେଟାଲ୍ ଡାଉନଷ୍ଟ୍ରିମ ଶିଳ୍ପ, ବୟନ ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ନିବେଶ ଆକର୍ଷଣ କରିବା ଉପରେ ସରକାର ଫୋକସ୍ କରିବେ। ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ କମ୍ପାନୀକୁ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରାଯିବ।

ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି ଯେ, ମେଟାଲ୍ ଓ କେମିକାଲ୍ କ୍ଷେତ୍ରରେ ଓଡ଼ିଶା ପୂର୍ବରୁ ସଫଳତାର ସହ ପୁଞ୍ଜିନିବେଶ ଆକର୍ଷଣ କରିଛି। ନୀତି ଆୟୋଗର ସକାରାତ୍ମକ ରିପୋର୍ଟ ରାଜ୍ୟର ସମ୍ଭାବନାକୁ ଆହୁରି ସୁଦୃଢ଼ କରିଛି। ଏଥର ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଶିଳ୍ପ ଓ ପର୍ଯ୍ୟଟନ ଭଳି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଆଣିବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories