ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲା : SCERTର ନିଲମ୍ବିତ ନିର୍ଦ୍ଦେଶକ ମନୋଜ ପାଢୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
ଭୁବନେଶ୍ୱର: ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାରେ ଗିରଫ ହୋଇଥିବା SCERTର ନିଲମ୍ବିତ ନିର୍ଦ୍ଦେଶକ ମନୋଜ ପାଢୀଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। କଟକ ସ୍ଥିତ ସ୍ୱତନ୍ତ୍ର SC/ST କୋର୍ଟ ତାଙ୍କୁ ଏହି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ବହୁ ସଂଖ୍ୟକ ତ୍ରୁଟି ଚିହ୍ନଟ ହେବା ପରେ ଏହି ମାମଲାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ତଦନ୍ତର ଅଂଶ ଭାବେ କ୍ରାଇମବ୍ରାଞ୍ଚ ମନୋଜ ପାଢୀଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା।
ତେବେ କୋର୍ଟ ନିର୍ଦ୍ଦିଷ୍ଟ ସର୍ତ୍ତ ସହିତ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଏହି ବହୁଚର୍ଚ୍ଚିତ ମାମଲାରେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଥିବାବେଳେ, ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ ପ୍ରକ୍ରିୟାରେ କିଏ କିଏ ଦାୟୀ, ସେନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବାର ଆଶା କରାଯାଉଛି।

