Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡକୁ ନେଇ ମହେଶ ସାହୁଙ୍କ ବିସ୍ଫୋରକ ଦାବି: ‘ତାଙ୍କୁ ମାରିଦେବେ ବୋଲି ପୂର୍ବରୁ କହିଥିଲେ ସ୍ୱାମୀଜୀ’

Block chairman alleges MLA of siphoning money

ଭୁବନେଶ୍ୱର: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡକୁ ନେଇ ପୁଣିଥରେ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ବିଜେଡି ନେତା ମହେଶ ସାହୁ ଏହି ଘଟଣାକୁ ନେଇ ଏକ ବିସ୍ଫୋରକ ଦାବି କରିଛନ୍ତି। ତାଙ୍କ କହିବା ଅନୁସାରେ, ହତ୍ୟାକାଣ୍ଡର ପୂର୍ବଦିନ ସ୍ୱାମୀ ଲକ୍ଷ୍ମଣାନନ୍ଦ ତାଙ୍କ ସହ ଭୁବନେଶ୍ୱରରେ ଥିଲେ ଏବଂ ସେ ନିଜ ଜୀବନ ପ୍ରତି ବିପଦ ଥିବା ସମ୍ପର୍କରେ ପୂର୍ବରୁ ସଚେତନ ଥିଲେ। ମହେଶ ସାହୁଙ୍କ ଏହି ବୟାନ ପରେ ଦୀର୍ଘ ବର୍ଷ ପୁରୁଣା ଏହି ହତ୍ୟାକାଣ୍ଡ ପୁଣିଥରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି ।

ମହେଶ ସାହୁ ଦାବି କରିଛନ୍ତି ଯେ, ସ୍ୱାମୀଜୀ ତାଙ୍କୁ ସ୍ପଷ୍ଟ ଭାବେ କହିଥିଲେ,“ମତେ ମାରିଦେବେ।” ଅର୍ଥାତ୍ ନିଜ ଉପରେ ହେବାକୁ ଥିବା ଆକ୍ରମଣ ସମ୍ପର୍କରେ ସେ ପୂର୍ବରୁ ଅନୁମାନ କରିଥିଲେ। ହତ୍ୟାକାଣ୍ଡ ପୂର୍ବଦିନ ସେମାନେ ଏକାଠି ଥିବା ବେଳେ ଏଭଳି କଥାବାର୍ତ୍ତା ହୋଇଥିବା ମହେଶ ସାହୁ କହିଛନ୍ତି। ତାଙ୍କ ଏହି ବୟାନ ଘଟଣାକୁ ନେଇ ନୂଆ ପ୍ରଶ୍ନ ସୃଷ୍ଟି ହୋଇଛି ଏବଂ ଏହାର ତଦନ୍ତ ଦିଗକୁ ନେଇ ମଧ୍ୟ ଆଲୋଚନା ଆରମ୍ଭ ହୋଇଛି। ସେ ବିଜେପି ଉପରକୁ କଟାକ୍ଷ କରି କହିଛନ୍ତିଯେ, “ବିଶ୍ୱ ହିନ୍ଦୁ ପରିଷଦ ସଙ୍ଘ ଆଜି ପର୍ଯ୍ୟନ୍ତ କାହିଁକି ଚୁପ ରହିଛି? କୌଣସି ଆକ୍ସନ କାହିଁକି ନେଉ ନାହାନ୍ତି | ସେ ଆହୁରି ମଧ୍ୟ କହିଛନ୍ତିଯେ, ସ୍ୱାମୀଜୀଙ୍କର ହତ୍ୟା ନ ହୋଇଥିଲେ ଏମାନେ ନବୀନ ବାବୁ ଥିବା ପର୍ଯ୍ୟନ୍ତ କ୍ଷମତାକୁ ଆସିନଥାନ୍ତେ ତେଣୁ ପରୋକ୍ଷରେ ଏମଙ୍କର ହାତ ନଥିବ ବୋଲି କିଏ କହିବ?” ତାଙ୍କ ପାଖରେ ଫାଇଲ ଅଛି ତେବେ ସେମାନେ କାହିଁକି କେସ କୁ ସିବିଆଇକୁ ଦେଉ ନାହାନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି |

ତେବେ ମହେଶ ସାହୁଙ୍କ ଏହି ଦାବି ସ୍ୱାଧୀନ ଭାବେ ଯାଞ୍ଚ ହୋଇନାହିଁ। ଏହାକୁ ନେଇ ସମ୍ପୃକ୍ତ ତଦନ୍ତକାରୀ ସଂସ୍ଥା କିମ୍ବା ଅନ୍ୟ କୌଣସି ପକ୍ଷର ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ତଥାପି ଦୀର୍ଘ ବର୍ଷ ପରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡକୁ ନେଇ ଏଭଳି ବୟାନ ରାଜନୈତିକ ମହଲ ସହ ଜନତାଙ୍କ ମଧ୍ୟରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories