ବିଭିନ୍ନ ଦାବିରେ ଓଷ୍ଟା ଶିକ୍ଷକ ସଂଘ ପକ୍ଷରୁ ବୀରମହାରାଜପୁର ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ
ବୀରମହାରାଜପୁର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ସମନ୍ଵୟ ସମିତିର ଆହ୍ୱାନ କ୍ରମେ ବିଭିନ୍ନ ଦାବିନେଇ ଆଜି ବୀରମହାରାଜପୁର ‘ଓଷ୍ଟା’ ଶିକ୍ଷକଙ୍କ ପକ୍ଷରୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

