Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

“ଓଡ଼ିଶା ଡ଼ଟ୍ ନିୟୁଜ୍’’ ଖବରର ପ୍ରଭାବ: ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉନ୍ନତିକରଣ କାମରେ ଲାଗିଲା ସୂଚନା ଫଳକ, ହେଲେ ଠିକାଦାରଙ୍କ ନାମ ଉଲ୍ଲେଖ ନଥିବାରୁ ଅସନ୍ତୋଷ

ଜମନକିରା : ଜମନକିରା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)ର ଉନ୍ନତିକରଣ କାର୍ଯ୍ୟରେ ଅନିୟମିତତା, ସୂଚନା ଫଳକର ଅଭାବ ଏବଂ ଦାୟିତ୍ୱ ନେବାକୁ ନେଇ ବିଭାଗୀୟ ଟାଳଟୋଳ ନୀତି ସମ୍ପର୍କରେ ‘ଓଡ଼ିଶା ଡ଼ଟ୍ ନିୟୁଜ୍’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପରତା ଦେଖାଇଛି। ଖବରର ଦୃଢ଼ ପ୍ରଭାବ ଯୋଗୁଁ ନିଦ ଭାଙ୍ଗିଛି ସମ୍ପୃକ୍ତ ବିଭାଗର ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶେଷରେ ପ୍ରକଳ୍ପ ସମ୍ବନ୍ଧୀୟ ସୂଚନା ଫଳକ (ସୂଚନା ବୋର୍ଡ) ଲଗାଯାଇଛି।
ସୂଚନାଯୋଗ୍ୟ ଯେ, ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ କାର୍ଯ୍ୟ ଦୀର୍ଘ ମାସାଧିକ ସମୟ ଧରି ଚାଲିଥିଲେ ହେଁ କୌଣସି ସୂଚନା ଫଳକ ଲଗାଯାଇ ନ ଥିଲା। ଏହା ସହିତ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ଏବଂ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ପରସ୍ପର ଉପରକୁ ଦାୟିତ୍ୱ ଫିଙ୍ଗି ଖସିଯିବାକୁ ଚେଷ୍ଟା କରୁଥିଲେ। ତେବେ ‘ଓଡ଼ିଶା ଡ଼ଟ୍ ନିୟୁଜ୍’ରେ ବସ୍ତୁନିଷ୍ଠ ଖବର ପ୍ରକାଶ ପାଇବା ପରେ ବିଭାଗୀୟ ଅଧିକାରୀମାନେ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ସୂଚନା ଫଳକ ଲଗାଇଛନ୍ତି। ଫଳକରୁ ମିଳିଥିବା ସୂଚନା ଅନୁଯାୟୀ, କାର୍ଯ୍ୟ ନିର୍ବାହୀ ବିଭାଗ, ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଜନ, କୁଚିଣ୍ଡା। କାର୍ଯ୍ୟର ନାମ, ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଜମନକିରା ବ୍ଲକର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଜମନକିରା ଠାରେ ଆମ ହସ୍ପିଟାଲ(‘AMA Hospital’) ନିର୍ମାଣ, ମରାମତି ଏବଂ ନବୀକରଣ କାର୍ଯ୍ୟ, ଆର୍ଥିକ ବର୍ଷ ୨୦୨୪-୨୫। ଚୁକ୍ତିନାମା ମୂଲ୍ୟ ୫୬ ଲକ୍ଷ ୯୨ ହଜାର ୩୫୫ ଟଙ୍କା, କାର୍ଯ୍ୟ ଆରମ୍ଭ ତାରିଖ ୦୪-୦୨-୨୦୨୪। କାର୍ଯ୍ୟ ସମାପ୍ତି ତାରିଖ ୦୩-୦୮-୨୦୨୫ ଫଳକରେ ଉଲ୍ଲେଖ ରହିଛି। ତେବେ ସୂଚନା ଫଳକ ଲଗାଯାଇଥିଲେ ସୁଦ୍ଧା ସେଥିରେ କାର୍ଯ୍ୟରତ ଠିକାଦାର କିମ୍ବା ଠିକା ସଂସ୍ଥାର ନାମ ଉଲ୍ଲେଖ କରାଯାଇ ନାହିଁ। ସରକାରୀ ନିୟମ ଅନୁସାରେ ସୂଚନା ଫଳକରେ ଠିକାଦାରଙ୍କ ନାମ ରହିବା ବାଧ୍ୟତାମୂଳକ ହୋଇଥିବା ବେଳେ ଏହାକୁ ଗୋପନ ରଖାଯିବାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପୁଣି ଥରେ ଜନ ଅସନ୍ତୋଷ ପ୍ରକାଶ ପାଇଛି। କାହା ସ୍ୱାର୍ଥରେ ଠିକାଦାରଙ୍କ ନାମ ଲୁଚାଯାଉଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ‘ଓଡ଼ିଶା ଡ଼ଟ୍ ନିୟୁଜ୍’ରେ ଏହି ସଚେତନତାମୂଳକ ଖବର ପ୍ରସାରଣ ପାଇଁ ସ୍ଥାନୀୟ ଲୋକେ ଧନ୍ୟବାଦ ଜଣାଇବା ସହ, ସୂଚନା ଫଳକରେ ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରିବା ଏବଂ କାର୍ଯ୍ୟର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ଉଚ୍ଚାଧିକାରୀଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।
ଏସଂକ୍ରାନ୍ତରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସହକାରୀ ଯନ୍ତ୍ରୀ ସମ୍ବଲପୁର ବିଭୂତି ଭୂଷଣ ବିଶ୍ୱାଳଙ୍କୁ ଯୋଗାଯୋଗ କରି ପଚାରିବାରୁ ପେଣ୍ଟର କୁ କୁହାଯାଇଥିଲା, ଭୁଲରେ ଲେଖିବା ଛାଡ଼ି ଦେଇଥିବ। ଉଲ୍ଲେଖ କରିଦେବା ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories