Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ ଭାରତୀୟ ଜନତାପାର୍ଟି ପକ୍ଷରୁ ଜନ ସମ୍ପର୍କ ଅଭିଯାନ

ବୀରମହାରାଜପୁର : କେନ୍ଦ୍ରରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଉପଲକ୍ଷେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜନସମ୍ପର୍କ ଅଭିଯାନରେ ୩୦ ମଇରୁ ୩୦ ଜୁନ ପର୍ଯ୍ୟନ୍ତ ମାସ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଭାଜପା ପକ୍ଷରୁ ଗତ ତିନି ଦିନ ଧରି ସ୍ଥାନୀୟ ଟିଠିପାଲି, ଉଫୁଲା, ଲାତୁରପେଟ, ହିଲୁଙ୍ଗ, କମିରା ଆଦି ଗ୍ରାମରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ପ୍ରଭାବଶାଳୀ ବ୍ୟକ୍ତି, କଳାକାର ଓ ପରିବାରର ମୁଖିଆମାନଙ୍କୁ ଭେଟି ସେମାନଙ୍କୁ ସମ୍ମାନୀତ କରିବା ସହ ମୋଦି ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଇଥିଲା ।ପ୍ରଥମ ଦିବସରେ ଟିଠିପାଲି ଗ୍ରାମର ଦୌଲଥ ଅମାତ,ଉଫୁଲା ଗ୍ରାମର ସୁଦାମ ସେଠୀ ଓ ଇନ୍ଦ୍ରଜିତ ପରୁଆ, ଲାତୁରପେଟ ଗ୍ରାମର ଋଷିନାଥ ମହାକୁର, ହିଲୁଙ୍ଗ ଗ୍ରାମର କମଳ ଲୋଚନ ସିଂ,କମିରା ଗ୍ରାମର ଗୌନ୍ତିଆ ଗଜିନ୍ଦ୍ର ପଧାନ ଙ୍କ ଘରକୁ ଯାଇ ସାକ୍ଷାତକରି ସମ୍ମାନୀତ କରିଛନ୍ତି।ଏହା ସହିତ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ।କାର୍ଯ୍ୟକ୍ରମରେ ଭାଜପାର ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆନନ୍ଦ ବାରିକ, ଜିଲ୍ଲା ଉପସଭାନେତ୍ରୀ ନଳିନୀ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉଷା କୁମାରୀ, ପୂର୍ବତନ ମଣ୍ଡଳ ସଭାପତି ରାଧାଚରଣ ମେହେର, ଓବିସି ମୋର୍ଚ୍ଚା ମଣ୍ତଳ ସଭାପତି ରିଷ ସାହୁ, ଗୌର ଜଗଦଲା, ଦିଲ୍ଲିପ ପଧାନ, ଭୋଲାଶଙ୍କର ବାଘ, ସୁରୁ ପଧାନ, ସ୍ଵପ୍ନେଶ୍ୱର ପଧାନ, ପ୍ରକାଶ ବାରିକ, ରାମପ୍ରସାଦ କର୍ଣ୍ଣ ପ୍ରମୁଖ ଏଥିରେ ଭାଗ ନେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ