Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀରେ ଉନ୍ମତ୍ତ କାଣ୍ଡ: ଦ୍ରୁତଗତିରେ ସ୍କର୍ପିଓ ଚଳାଇ ଲେଡିଜ୍ ହଷ୍ଟେଲରେ ପଶିଲେ ଯୁବକ , ଭାଙ୍ଗିଲେ ଏକାଧିକ ଗାଡ଼ି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କ ବେପରୁଆ କାର୍ ଚାଳନା ଯୋଗୁଁ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଦ୍ରୁତଗତିରେ ସ୍କର୍ପିଓ ଚଳାଇ ସେ ଫୁଟପାଥ ଉପରେ ଗାଡ଼ି ଚଢ଼ାଇବା ସହ ବିଜୁ ପଟ୍ଟନାୟକ କଲେଜ୍ ସମ୍ମୁଖରେ ଥିବା ଏକ ଲେଡିଜ୍ ହଷ୍ଟେଲ ପରିସରରେ ପଶିଯାଇଥିଲେ। ଏହି ଘଟଣାରେ ହଷ୍ଟେଲ ପରିସରରେ ଥିବା ଏକାଧିକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଯୁବକ ଜଣକ ବେପରୁଆ ଭାବେ କାର୍ ଚଳାଇ ପ୍ରଥମେ ଫୁଟପାଥ ଉପରକୁ ଚଢ଼ାଇଥିଲେ। ପରେ ସିଧାସଳଖ ଲେଡିଜ୍ ହଷ୍ଟେଲ ଭିତରକୁ ପଶି ସେଠାରେ ପାର୍କିଂ ହୋଇଥିବା ଅନେକ ଗାଡ଼ିକୁ ଧକ୍କା ଦେଇ କ୍ଷତିଗ୍ରସ୍ତ କରିଥିଲେ। ହଠାତ୍ ଏହି ଘଟଣା ଘଟିବାରୁ ହଷ୍ଟେଲରେ ରହୁଥିବା ଛାତ୍ରୀ ଏବଂ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା।

ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରି ଥାନାକୁ ନେଇ ପଚରାଉଚରା କରିଥିଲା। ପରେ ପୁଲିସ ତାଙ୍କୁ ନୋଟିସ ଜାରି କରି ଛାଡ଼ି ଦେଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ବେପରୁଆ ଗାଡ଼ି ଚାଳନା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories