Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବ୍ଲକ ସମ୍ମୁଖରେ ଅମଲା ମଞ୍ଚ ପକ୍ଷରୁ ତୃତୀୟ୍ ଦିବସରେ ଧାରଣା ରେ ବସିଲେ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ କାର୍ଯ୍ୟରତ ଅମଲା ମଞ୍ଚ ସଙ୍ଘ ପକ୍ଷରୁ ଲେଭେଲ୍ ୪ ରୁ ଲେଭେଲ୍ ୯ କୁ ବୃଦ୍ଧି ଦାବି ନେଇ ବ୍ଲକ୍ ସମ୍ମୁଖରେ ଶନିବାର ତୃତୀୟ ଦିନରେ ଧାରଣା ଦେଇଛନ୍ତି l ସୂଚନା ଅନୁସାରେ ଗତ ୨୨ତାରିଖରୁ ୩୧ତାରିଖ ପର୍ଯ୍ଯନ୍ତ ବ୍ଲକରେ କାର୍ଯ୍ୟରତ ଅମଲା ମଞ୍ଚ ସଙ୍ଘ ପକ୍ଷରୁ ଉକ୍ତ ଦାବି ନେ଼ଇ କଳାବ୍ୟାଚ ପରିଧାନ କରି ଅଫିସ କାର୍ଯ୍ଯ କରି ଆସୁଥିଲେ l ହେଲେ ସରକାର ତାଙ୍କ ଦାବି ପୂରଣ କରିନଥିବା ରୁ ଜିଲ୍ଲା ଅମଲା ମଞ୍ଚ ସଂଘର ଆହ୍ବାନ କ୍ରମେ ବ୍ଲକରେ କାର୍ଯ୍ୟରତ ଅମଲା ମଞ୍ଚ ସଂଘ ପକ୍ଷରୁ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l ତେବେ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି।