Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ଷୀର ଗାଡ଼ିରେ ଚୋରା ମଦ ଚାଲାଣ; ପିଛା କରି ଧରିଲା ଅବକାରୀ ବିଭାଗ, ୮୦ ଲିଟର ଦେଶୀ ମଦ ଜବତ

ଭୁବନେଶ୍ୱର: ଭୁବନେଶ୍ୱରରେ କ୍ଷୀର ଡେଲିଭରି ନାଁରେ ଚୋରା ଦେଶୀ ମଦ ଚାଲାଣ ହେଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ମୈତ୍ରୀ ବିହାର ଅଞ୍ଚଳରୁ ଏକ ଟାଟା ଏସିଇ ଗାଡ଼ିକୁ ପିଛା କରି ଅବକାରୀ ବିଭାଗ ଧରିବା ସହ ଗାଡ଼ି ଭିତରୁ ୮୦ ଲିଟର ଦେଶୀ ମଦ ଜବତ କରିଛି। ଏହି ଘଟଣାରେ ଚୋରା ମଦ ବ୍ୟବସାୟୀ ଇକବାଲ ଖାଁଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, କ୍ଷୀର ଡେଲିଭରି କରୁଥିବା ଏକ ଟାଟା ଏସିଇ ଗାଡ଼ିରେ ନିୟମିତ ଭାବେ ଚୋରା ଦେଶୀ ମଦ ଚାଲାଣ ହେଉଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା। ଏହାପରେ ଅବକାରୀ ମୋବାଇଲ୍‌ ୟୁନିଟ୍‌ ଗାଡ଼ିଟି ଉପରେ ନଜର ରଖିଥିଲା। ଜାଭିୟର ଛକ ନିକଟରେ ଗାଡ଼ିଟିକୁ ଚିହ୍ନଟ କରିବା ପରେ ଅଧିକାରୀମାନେ ଏହାର ପିଛା କରିଥିଲେ। ଗାଡ଼ିଟି ପଟିଆ ଅଭିମୁଖେ ଯାଉଥିବା ବେଳେ ଟିମ୍‌ ଏହାକୁ ଅଟକାଇ ଯାଞ୍ଚ କରିଥିଲା।

ଯାଞ୍ଚ ସମୟରେ ଗାଡ଼ି ଭିତରୁ ବହୁ ପରିମାଣର ଦେଶୀ ମଦ ମିଳିଥିଲା। କ୍ଷୀର ଡେଲିଭରିର ଆଳ ନେଇ ମଦ ଚାଲାଣ କରାଯାଉଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ଘଟଣାସ୍ଥଳରୁ ଗାଡ଼ି ସହ ୮୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଚୋରା ମଦ ଚାଲାଣ ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ଅବକାରୀ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories