Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଡ଼ରମା ପଞ୍ଚାୟତ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି, ଜଳବନ୍ଦୀ ରୁ ଉଦ୍ଧାର ପାଇଁ ପ୍ରଶାସନ ପାଖରେ ନିବେଦନ

ଜମନକିରା : ଜମନକିରା ବ୍ଲକ ବଡ଼ରମା ପଞ୍ଚାୟତ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଗ୍ରାମବାସୀଙ୍କ ଜୀବନଯାତ୍ରା ସମ୍ପୂର୍ଣ୍ଣ ଦୁର୍ବିସହ ହୋଇପଡ଼ିଛି। ଗ୍ରାମ ନିକଟସ୍ଥ ନାଳ ଉପରେ ପ୍ରାୟ ୫ ଫୁଟ୍‌ର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ମୁଖ୍ୟ ରାସ୍ତା ବୁଡ଼ି ଯାଇ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଏହାଫଳରେ ଗ୍ରାମର ପ୍ରାୟ ୧୫୦ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ନାଳରେ ପ୍ରବଳ ଜଳସ୍ରୋତ ଯୋଗୁଁ ଛାତ୍ରଛାତ୍ରୀମାନେ କୁରେଇବାହାଲ ସ୍କୁଲକୁ ଯାଇ ପାରୁନାହାନ୍ତି। ଅନ୍ୟପଟେ ନିତ୍ୟ ପ୍ରୟୋଜନୀୟ ସାମଗ୍ରୀ କିଣିବା ପାଇଁ ସ୍ଥାନୀୟ ଲୋକେ ଦୈନନ୍ଦିନ ବଜାରକୁ ମଧ୍ୟ ଯାଇ କପାରୁନାହାନ୍ତି। ଗ୍ରାମବାସୀଙ୍କ ସମସ୍ୟା କହିଲେ ନସରେ। ପ୍ରଶାସନ ତୁରନ୍ତ ଏହି ପରିସ୍ଥିତି ପ୍ରତି ଦୃଷ୍ଟି ଦେଇ ଉଦ୍ଧାର ଓ ସ୍ଥାୟୀ ପ୍ରତିକାର ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories