Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖମାରମୁଣ୍ଡାରେ ଚାଞ୍ଚଲ୍ୟ!ଘର ଭିତରେ ମହିଳାଙ୍କୁ ହତ୍ୟାପଥରରେ ଛେଚି ହତ୍ୟା ସନ୍ଦେହ!

ବଲାଙ୍ଗୀର ଜିଲ୍ଲା ଖମାରମୁଣ୍ଡା ଗ୍ରାମରେ ଚାଞ୍ଚଲ୍ୟ। ଘର ଭିତରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର
ମୃତ ମହିଳା ହେଲେ ଗୀତାଞ୍ଜଳି ଷଡ଼ଙ୍ଗୀ।
ପ୍ରାଥମିକ ସୂଚନା ଅନୁସାରେ, ଗୀତାଞ୍ଜଳିଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ହତ୍ୟାର ପ୍ରକୃତ କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅନ୍ୟପଟେ, ଘଟଣାର ଛାନଭିନ ପାଇଁ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେି ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରୁଛି। ହତ୍ୟାକାଣ୍ଡ ପଛରେ କିଏ ରହିଛି ଏବଂ କେଉଁ କାରଣରୁ ଏଭଳି ଘଟଣା ଘଟିଲା, ତାହା ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରହିଛି।
ତୁରନ୍ତ ହତ୍ୟାକାରୀକୁ ଚିହ୍ନଟ କରି ଗିରଫ କରିବା ସହ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆଣିବାକୁ ଦାବି କରିଛନ୍ତି ପରିବାର ଲୋକେ ଲୋକେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories