Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୁଖ୍ୟମନ୍ତ୍ରୀଙ୍କ ‘ଜେନ୍-ଜି’ଙ୍କୁ ଦେଇଥିବା ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି, ସରକାରଙ୍କୁ ଟାର୍ଗେଟ୍‌ କଲେ ଭକ୍ତ ଦାସ!

ଭୁବନେଶ୍ୱର: ‘ଜେନ୍-ଜି’ଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ କେନ୍ଦ୍ର କରି ଓଡ଼ିଶାରେ ରାଜନୈତିକ ବିବାଦ ଏବେ ଜୋର ଧରିଛି | ଏହି ପ୍ରସଙ୍ଗରେ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ରଖି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଜେନ୍-ଜି ବାହ୍ୟ ଶକ୍ତି ଦ୍ୱାରା ପ୍ରଭାବିତ ହେଉଥିବା ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ସେ ନିନ୍ଦା କରିବା ସହ ସରକାର ନିଜେ ପୁଞ୍ଜିବାଦୀ ଶକ୍ତି ଦ୍ୱାରା ପ୍ରଭାବିତ ବୋଲି ଅଭିଯୋଗ କରିଛନ୍ତି। ଜେନ୍-ଜି ବିରୋଧରେ କୌଣସି ଷଡ଼ଯନ୍ତ୍ର ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି।

ସ୍କୁଲ ପାଠ୍ୟପୁସ୍ତକରେ ଥିବା ପ୍ରାୟ ୨,୦୦୦ ତ୍ରୁଟି ସଂଶୋଧନ ନହେବା ଏବଂ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ବିରୋଧ କରି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଭୁବନେଶ୍ୱରରେ ବିଶାଳ ମଶାଲ ରାଲି କରାଯାଇଛି। କଂଗ୍ରେସ ଭବନରୁ ବାହାରିଥିବା ଏହି ରାଲି ରାଜମହଲ ଛକ ପର୍ଯ୍ୟନ୍ତ ଯାଇଥିଲା। ରାଲିରେ ଶତାଧିକ ଯୁବ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ। ଅଖିଳ ଭାରତୀୟ ଯୁବ କଂଗ୍ରେସ ସଭାପତି ଉଦୟ ଭାନୁ ଚିବ୍‌ଙ୍କ ସହ ପିସିସି ସଭାପତି ଭକ୍ତ ଦାସ ମଧ୍ୟ ରାଲିରେ ନେତୃତ୍ୱ ନେଇଥିଲେ।

ଏହି ଅବସରରେ କଂଗ୍ରେସ ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଅବହେଳା ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଅବହେଳା ଅଭିଯୋଗ ଉଠାଇଛି। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି କରିଛି ଦଳ। ଏହାସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ପ୍ରସଙ୍ଗରେ ଅନୁତାପ କରିବା ଉଚିତ୍‌ ବୋଲି ଭକ୍ତ ଦାସ କହିଛନ୍ତି। ଜେନ୍-ଜି ଏବେ ସଚେତନ ହୋଇସାରିଛି ଏବଂ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ