Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଲିଅନ୍ତାରେ ଯୁବକଙ୍କ ଆକ୍ରମଣ! ଲୁହା ରଡ୍‌ ମାଡ଼ରେ ୫୦ ବର୍ଷୀୟ ବ୍ୟକ୍ତି ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳର ବ୍ରାହ୍ମଣଷଡ଼ଙ୍ଗୀ ଗାଁରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଛି। କୋଠଘରର ତାଲା ଭାଙ୍ଗିବାକୁ ବିରୋଧ କରିବାରୁ ୫୦ ବର୍ଷୀୟ ଲକ୍ଷ୍ମୀଧର ସ୍ୱାଇଁଙ୍କ ମୁଣ୍ଡକୁ ଲୁହା ରଡ୍‌ରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଲକ୍ଷ୍ମୀଧରଙ୍କୁ ପରିବାର ଲୋକେ ଉଦ୍ଧାର କରି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁସାରେ, ବ୍ରାହ୍ମଣଷଡ଼ଙ୍ଗୀ ଗାଁର କିଛି ଯୁବକ କୋଠଘରେ ଭୋଜି କରିବା ପାଇଁ ଯୋଜନା କରିଥିଲେ। ତେବେ କୋଠଘରର ଚାବି ନମିଳିବାରୁ ସେମାନେ ତାଲା ଭାଙ୍ଗିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏହି ସମୟରେ ଲକ୍ଷ୍ମୀଧର ବିଦ୍ୟାଳୟ ନିକଟସ୍ଥ ଏକ ଦୋକାନକୁ ସଉଦା କିଣିବାକୁ ଆସିଥିଲେ। ଯୁବକମାନେ ତାଲା କାହିଁକି ଭାଙ୍ଗୁଛନ୍ତି ବୋଲି ସେ ପଚାରିବାରୁ ବଚସା ହୋଇଥିଲା। ପରେ ଯୁବକମାନେ ଲକ୍ଷ୍ମୀଧରଙ୍କ ମୁଣ୍ଡକୁ ଲୁହା ରଡ୍‌ରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଘଟଣା ପରେ ବ୍ରାହ୍ମଣଷଡ଼ଙ୍ଗୀ ଗାଁରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ବାଲିଅନ୍ତା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାରେ ସମ୍ପୃକ୍ତି ନେଇ ୪ ଜଣ ଯୁବକଙ୍କୁ ଥାନାକୁ ନେଇ ପୁଲିସ ପଚରାଉଚରା କରୁଛି। ଆକ୍ରମଣର ପ୍ରକୃତ କାରଣ, ଘଟଣାରେ ଆଉ କେତେଜଣ ସମ୍ପୃକ୍ତ ଏବଂ ଅଭିଯୁକ୍ତମାନେ ନିଶାସକ୍ତ ଥିଲେ କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories