ଖଣ୍ଡଗିରି ଓଭରବ୍ରିଜ୍ରେ ବଡ ଦୁର୍ଘଟଣା; ବାପା ମୃତ, ପୁଅ ଗୁରୁତର
ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରି ଓଭରବ୍ରିଜ୍ରେ ସୋମବାର ସକାଳୁ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ରେ ଯାଉଥିବା ବାପା-ପୁଅଙ୍କୁ ଏକ ବସ୍ ଧକ୍କା ଦେବାରୁ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଓଭରବ୍ରିଜ୍ ଉପରେ ଲୋକଙ୍କ ଭିଡ଼ ଜମିଥିଲା।
ସୂଚନା ପାଇ ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ବାପା-ପୁଅଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ମେଡିକାଲକୁ ପଠାଇଥିଲା। ହସ୍ପିଟାଲରେ ଡାକ୍ତର ବାପାଙ୍କୁ ମୃତ ଘୋଷଣା କରିଥିବା ବେଳେ ପୁଅଙ୍କ ଚିକିତ୍ସା ଜାରି ରହିଛି। ଦୁର୍ଘଟଣାର କାରଣ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।
ଏହି ଦୁର୍ଘଟଣା ପରେ ଖଣ୍ଡଗିରି ଓଭରବ୍ରିଜ୍ ଏବଂ ତଳ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ଟ୍ରାଫିକ୍ ପୁଲିସ ଓ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ନିୟନ୍ତ୍ରଣ ସହ ଯାତାୟାତ ସ୍ୱାଭାବିକ କରିବାକୁ ଉଦ୍ୟମ କରିଥିଲେ। ଦୁର୍ଘଟଣାଗ୍ରସ୍ତ ବସ୍ ଓ ବାଇକ୍କୁ ଜବତ କରି ପୁଲିସ ତଦନ୍ତ ଚଳାଇଛି।

