ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି, ନୂଆ ଡିଜିପିଙ୍କୁ ନେଇ ବଢ଼ିଲା ଉତ୍କଣ୍ଠା!
ଭୁବନେଶ୍ୱର: ଓଡ଼ିଶା ପୁଲିସରେ ବଡ଼ ପଦୋନ୍ନତି। ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା ଓ ଯଶୋବନ୍ତ ଜେଠୱାଙ୍କୁ ଏଡିଜି ପାହ୍ୟାରୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦୋନ୍ନତି ପ୍ରସ୍ତାବକୁ ଅନୁମୋଦନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ମଞ୍ଜୁରୀ ଦେଇଛନ୍ତି।
ଦୁଇ ବରିଷ୍ଠ ଅଧିକାରୀ ଡିଜି ପାହ୍ୟାକୁ ପଦୋନ୍ନତି ପାଇବା ପରେ ଏବେ ରାଜ୍ୟର ନୂଆ ଡିଜିପି ନିଯୁକ୍ତିକୁ ନେଇ ଚର୍ଚ୍ଚା ଜୋର ଧରିଛି। କିଏ ରାଜ୍ୟ ପୁଲିସ ମୁଖ୍ୟ ଭାବେ ଦାୟିତ୍ୱ ନେବେ, ତାହା ଉପରେ ନଜର ରହିଛି। ଡିଜି ପାହ୍ୟାରେ ଅଧିକାରୀଙ୍କ ସଂଖ୍ୟା ବଢ଼ିଥିବାରୁ ନୂଆ ଡିଜିପି ଚୟନକୁ ନେଇ ଆଲୋଚନା ଆହୁରି ତୀବ୍ର ହୋଇଛି।
ସୂଚନା ଅନୁସାରେ, ବର୍ତ୍ତମାନର ଡିଜିପି ଖୁରାନିଆଙ୍କ କାର୍ଯ୍ୟକାଳ ଆସନ୍ତା ୧୬ ତାରିଖରେ ଶେଷ ହେବ। ତେଣୁ ତାଙ୍କ ଉତ୍ତରାଧିକାରୀ ଭାବେ କାହାକୁ ରାଜ୍ୟ ପୁଲିସର ଦାୟିତ୍ୱ ଦିଆଯିବ, ସେନେଇ ଉତ୍କଣ୍ଠା ବଢ଼ିଛି। ସରକାରଙ୍କ ନିଷ୍ପତ୍ତି ପରେ ହିଁ ନୂଆ ଡିଜିପିଙ୍କ ନାମ ସ୍ପଷ୍ଟ ହେବ।

